ଜମି ବିବାଦ କୁ ଦୃଷ୍ଟି ରେ ରଖି ଜଣେ 70ବର୍ଷୀୟ ବୃଦ୍ଧ ଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପରିବାର!ସାଥିରେ ଥିବା ଯୁବକ କୁ ସନ୍ଦେହ କରୁଛି ପରିବାର!ମହୁଲ ଗଛ ତଳେ ସାଥିରେ ଖିଆ ପିଆ କରିବା ପରେ ବୃଦ୍ଧ ଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି!ପରିବାର ଲୋକଙ୍କୁ ମୃତକ ବୃଦ୍ଧ ଙ୍କ ସାଥିରେ ଥିବା ଯୁବକ ହି ହତ୍ୟା ବିଷୟରେ ଖବର ଦେଇଥିଲା!ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେନୋରା ପଂଚାୟତ ଅଧୀନରେ ଥିବା କର୍ଲିବେଡା ଗ୍ରାମ ନିକଟରେ ଥିବା ଏକ ମହୁଲ ଗଛ ତଳେ!
ସୂଚନା ପ୍ରକାରେ:ଲଖ୍ମଣ ଗୌଡ଼ ଓ ମୁକୁନ୍ଦ ଗୌଡ଼ ଦୁହେଁ ନୂଆଗୁଡା ଗ୍ରାମର ଅଟନ୍ତି!କର୍ଲିବେଡା ଗ୍ରାମ ନିକଟରେ ଥିବା ଏକ ମହୁଲ ଗଛ ତଳେ ଦୁହେଁ ରାନ୍ଧି ବାଡି କରି ଜମି ଜଗିଥିଲେ!କିନ୍ତୁ ସକାଳ ହେବା ପରେ ମୁକୁନ୍ଦ ଗୌଡ଼ ଲଖ୍ମଣ ଗୌଡ଼ ଙ୍କ ପରିବାର ବର୍ଗ ଙ୍କୁ ଲଖ୍ମଣ ଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ!ଘଟଣାସ୍ଥଳରେ ପରିବାର ଲୋକେ ପହଂଚିବାରୁ ଏହା ଏକ ହତ୍ୟା ବୋଲି କହିଥିଲେ!କାରଣ ମୁକୁନ୍ଦ ସବୁବେଳେ ଏକ ଟାଙ୍ଗିଆ ଧରିଥାଏ ଏବଂ ଲଖ୍ମଣ ଗୌଡ଼ ଙ୍କ ମୁଣ୍ଡ ଓ ଅଣ୍ଟା ରେ ଏକ ଧାରୁଆ ଅସ୍ତ୍ର ରେ ଆଘାତ କରିଥିବା ଦେଖିବାକୁ ମିଳିଛି!ରକ୍ତାକ୍ତ ଅବସ୍ଥା ରେ ବୃଦ୍ଧ ଙ୍କ ମର ଶରୀର କୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜବତ କରିବା ସହ ହତ୍ୟା ର ସନ୍ଦେହ ରେ ଥିବା ମୁକୁନ୍ଦ ଗୌଡ଼ କୁ ଥାନା ରେ ଅଟକ ରଖିଥିବା ଏସ ଆଇ ଶିବଜି ପଣ୍ଡା ସୂଚନା ଦେଇଛନ୍ତି