‘ଗଙ୍ଗାବତାରମ୍‌’ ନୃତ୍ୟାଭିନୟ ପରିବେଷଣ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ

ଭୁବନେଶ୍ୱର, : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ମହାସ୍ନାନ ସମେତ ବିଭିନ୍ନ ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ପରିପ୍ରେକ୍ଷୀରେ ମହାକୁମ୍ଭ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଉତ୍ତର କେନ୍ଦ୍ରୀୟ ଜୋନ୍ ସାଂସ୍କୃତିକ କେନ୍ଦ୍ର, ପ୍ରୟାଗରାଜ ପକ୍ଷରୁ ଜାନୁଆରୀ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯେଉଁଠାରେ ଓଡ଼ିଶାର “ରୁଦ୍ରାକ୍ଷ ଫାଉଣ୍ଡେସନ’କୁ ପ୍ରଥମ ଦିନରେ ଗଙ୍ଗା ମଞ୍ଚ, ପ୍ୟାରେଡ୍ ଗ୍ରାଉଣ୍ଡ ସେକ୍ଟର-୧ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାର ଅନନ୍ୟ ସୁଯୋଗ ମିଳିଥିଲା । “ରୁଦ୍ରାକ୍ଷ ଫାଉଣ୍ଡେସନ’ର ପ୍ରତିଷ୍ଠାତା ତଥା ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ତତ୍ୱାବଧାନରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ‘ଗଙ୍ଗାବତାରମ୍’ ନୃତ୍ୟ ପରିବେଷଣ ଉପସ୍ଥିତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା  ମହାକୁମ୍ଭ ଭଳି ଏକ ବୃହତ ମେଳାରେ ଓଡ଼ିଶାର ରୁଦ୍ରାକ୍ଷ ଫାଉଣ୍ଡେସନକୁ ପରିବେଷଣର ସୁଯୋଗ ମିଳିବା ଆମ ପାଇଁ ଅତ୍ୟନ୍ତ ଗର୍ବ, ଗୌରବ, ସୌଭାଗ୍ୟ ଏବଂ ଆନନ୍ଦର କଥା ବୋଲି ଅନୁଷ୍ଠାନର କଳାକାରମାନେ ପ୍ରକାଶ କରିଛନ୍ତି । ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ରୁଦ୍ରାକ୍ଷ ଫାଉଣ୍ଡେସନର ନୃତ୍ୟ ଶିଳ୍ପୀମାନଙ୍କ ମଧ୍ୟରେ ନୃତ୍ୟ ପରିବେଷଣ
କରିଥିଲେ ଦୁଃଶାସନ ସାହୁ, ସନ୍ତୋଷ ରାମ, ସମୀର କୁମାର ପାଣିଗ୍ରାହୀ, ସଞ୍ଜୀବ କୁମାର ଜେନା, ପ୍ରଶାନ୍ତ କୁମାର, ବିଶ୍ୱଜିତ ଜେନା, ବଶିଷ୍ଠ ଜେନା, ରୋଜି ସ୍ୱାଇଁ, ଅଭିପ୍ସା ବିଶ୍ୱାଳ ଲୋପାମୁଦ୍ରା ସାହୁ, ଅଞ୍ଜଳି ଦାଶ, ଟି.ତୁଲିକା ରେ‡ୀ, ଏବଂ ସୁଚିସ୍ମିତା ସାହୁ । ମହାକୁମ୍ଭ ଅବସରରେ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ
ନିକଟରେ ଉପସ୍ଥାପନ କରିବାରେ ରୁଦ୍ରାକ୍ଷ ଫାଉଣ୍ଡେସନର ଆଗ୍ରହ ଓ ପ୍ରୟାସ ତଥା ଭାରତ ସରକାରଙ୍କ ସଂସ୍କୃତି
ମନ୍ତ୍ରାଳୟର ସହଯୋଗ ନିମନ୍ତେ ଓଡ଼ିଶାର ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀ ଜନସାଧାରଣ ପ୍ରଶଂସା କରିଛନ୍ତି । ପ୍ରକାଶ
ଥାଉକି, ଏହି ମଞ୍ଚରେ ବଲିଉଡର ପ୍ରଖ୍ୟାତ ଗାୟକ ଶଙ୍କର ମହାଦେବନ ତାଙ୍କ ଟିମ୍ ସହିତ ଭଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Comments (0)
Add Comment