ଗଂଜେଇ ଚାଲାଣର ପର୍ଦାଫାଶ କରିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ପୋଲିସ | ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଂଚଳରୁ ମହଲେଇ ଜରାସିଂହା ଦେଇ ବିହାର ରାଜ୍ୟକୁ ସ୍ବିଫ୍ଟ ଡିଜେୟାର କାରରେ ଗଂଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଦେଓଗାଁ ପୋଲିସ | ଚନ୍ଦ୍ରପୁର ଓ. ଏ. ଭି ନିକଟରେ ଥିବା ଗ୍ରୀଡ଼ ଛକରେ ପୋଲିସ ଟିମ ମାଡି ବସିଥିଲା | ମାଜିଷ୍ଟେଟଙ୍କ ଉପସ୍ଥିତିରେ କାର ଭିତରୁ ପଲିଥିନ ପ୍ୟାକେଟରେ ଥିବା ୨୮ କେଜି ୮ ଶହ ଗ୍ରାମ ଗଜେଇ ଜବତ କରିଥିଲା ପୋଲିସ | ଗଂଜେଇ ଚାଲାଣ କରୁଥିବା ବିହାର ରାଜ୍ୟର ରାଣୀ ଦେବୀ ଏବଂ ଲାଳବିହାରୀ ଚୌଧୁରୀକୁ ଗିରଫ କରିଛି ଦେଓଗାଁ ପୋଲିସ | ଜଣେ ମହିଳାକୁ ବ୍ୟବହାର କରି କିଏ ଗଂଜେଇ ଚାଲାଣ କରିଥିଲା? ଏମାନଙ୍କ ପଛରେ ମାଷ୍ଟରମାଇଣ୍ଡ କିଏ, ସେନେଇ ଅଧିକ ତଦନ୍ତ ଜାରୀ ରଖିଛି ଦେଓଗାଁ ପୋଲିସ |