ଖବର ପ୍ରସାରଣର କିଛି ମାସ ଭିତରେ ତାଳଦା ପଞ୍ଚାୟତକୁ ଗଡ଼ିଲା ସରକାରୀ ବସ

କକଟପୁର/ଅସ୍ତରଙ୍ଗ, : ୧୫ଟି ପଞ୍ଚାୟତକୁ ନେଇ ଗଠିତ ଅସ୍ତରଙ୍ଗ ପଞ୍ଚାୟତ ସମିତି, ସେଥିମଧ୍ୟରୁ ତାଳଦା ଏକ ଦୀପାଞ୍ଚଳ ପଞ୍ଚାୟତ ମାତ୍ର ବିଜୁ ସେତୁ ଯୋଜନାରେ ଆସିଥିବା ଅର୍ଥରେ ଦୀପାଞ୍ଚଳକୁ ସଂଯୋଗୀ କରଣ କରାଯାଇ ଏକ ସେତୁନିର୍ମାଣ କରାଗଲା ସତ, ଏଥିରେ ୩ଟି ଜିଲ୍ଲା ସମେତ ଦୀପାଞ୍ଚଳ ଲୋକଙ୍କ ଗମନାଗମନ ସୁବିଧା ହେଲା କିନ୍ତୁ ଏହି ଅଞ୍ଚଳକୁ ସରକାରୀ ଲଷ୍ମୀ ବସ ସେବା ଯୋଗାଇ ଦିଆଗଲାନାହିଁ । ସେଥିପାଇଁ ଅଞ୍ଚଳ ବାସି ଅସ୍ତରଙ୍ଗ ବଜାର, ମେଡିକାଲ, ଥାନା, ତହସିଲ ଓ ବ୍ଲକସହିତ ବ୍ୟାଙ୍କ ମଧ୍ୟ ଯିବାକୁ ହେଲେ ଅଟୋ ରିଜର୍ଭ କରନ୍ତି । ଏହାକୁ ନେଇ ଗତ କିଛି ମାସ ତଳେ ଆମେ ଆମର ଡୁମାଣୀ ଖବର କାଗଜରେ ଖବର କରିଥିଲୁ । ମଙ୍ଗଳବାର ଜିଲ୍ଲା ଓ ବ୍ଲକପ୍ରଶାସନର ଆଲୋଚନା ପରେ ଅସ୍ତରଙ୍ଗ ବଜାରରୁ ନଗର ନଈଗୁଆ ଦେଇ ତାଳଦା ପଞ୍ଚାୟତକୁ ସରକାରୀ ବସ ସେବା ଆଜି ଆରମ୍ଭ ହୋଇଛି । ତାଳଦା ପଞ୍ଚାୟତକୁ ସରକାରୀ ବସ୍‌ ସେବାକୁ ନେଇ ତଳଦା ଅଞ୍ଚଳବାସୀ ଯୁବ ସମ୍ମନିତ ଚାରିଟେବୁଲ ଟ୍ରଷ୍ଟ, ପ୍ରଶାସନ ଓ ଆମ ଖବର କାଗଜକୁ ପ୍ରଶଂସା କରିବା ସହିତ ଧନ୍ୟବାଦ୍‌ ଜ୍ଞାପନ କରିଛନ୍ତି ।

Comments (0)
Add Comment