ଅସ୍ତରଙ୍ଗ,: ଭାରତ ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରାଳୟ ଅନ୍ତର୍ଗତ ନେହେରୁ ଯୁବ କେନ୍ଦ୍ର ପୁରୀ ତରଫରୁ ଗତ ୨୮ ଫେବୃଆରୀ ଠାରୁ ମାର୍ଚ୍ଚ ୦୪ ତାରିଖ ପର୍ଯ୍ୟନ୍ତ ଏକ ପାଞ୍ଚ ଦିନିଆ ଆନ୍ତ ରାଜ୍ୟ ଯୁବ ବିନିମୟ ଶିବିର କୋଣାର୍କ ସ୍ଥିତ ଯାତ୍ରୀ ନିବାସ ଠାରେ ଆୟୋଜିତ ହୋଇଯାଇଛି । ଏହି ଶିବିରରେ କର୍ଣ୍ଣାଟକ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୫ ରୁ ୨୯ ବର୍ଷ ବୟସ ମଧ୍ୟରେ ୨୭ ଜଣ ଯୁବ ପ୍ରତିଭାଗୀ ନାନାଦି କାର୍ଯ୍ୟକ୍ରମ ଯଥା – ଓଡିଶାର ଗୌରବମୟ ଇତିହାସ, କଳା ସଂକୃତି, ଐତିହ୍ୟ, ଭାସ୍କର୍ଯ୍ୟ ଏବଂ ଓଡ଼ିଆ ପରମ୍ପରା ସମ୍ବନ୍ଧରେ ଅଭିଜ୍ଞ ବକ୍ତାମାନଙ୍କ ଠାରୁ ଜ୍ଞାନ ଅର୍ଜନ କରିବା, ସାଂକୃତିକ କାର୍ଯ୍ୟକ୍ରମ, କୋଣାର୍କ ମନ୍ଦିର, ପରିଦର୍ଶନ, ଚନ୍ଦ୍ରଭାଗାରେ ସୂର୍ଯ୍ୟଦ୍ୱୟ ଦେଖିବା ସହିତ ସେଠାରେ ସମୁଦ୍ର କୁଳ ସଫେଇ ଅଭିଯାନ ଅଂଶ ଗ୍ରହଣ କରିବା ସହ ଗୋପ ବ୍ଲକ ଶିରିପୁର ସ୍ଥିତ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ଅନୁଷ୍ଠାନ ଫ୍ରେଣ୍ଡସ କ୍ଲବ ପରିଦର୍ଶନ କରି ଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ପ୍ରତିଭାଗୀମାନେ ଚନ୍ଦ୍ରଭାଗା ନିକଟସ୍ଥ ତେଲୁଗୁ ବସ୍ତିର ଏକ ସାମାଜିକ ସର୍ଭେରେ ଭାଗ ନେଇ ସେଠାକାର ମତ୍ସଜୀବୀ ପରିବାରମାନଙ୍କର ସାମାଜିକ ଏବଂ ଅର୍ଥ ନୈତିକ ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଏହି ଯୁବ ବିନିମୟ ଉଦଯାପନୀ କାର୍ଯ୍ୟକ୍ରମରେ ଯୁବ ପ୍ରତିଭାଗୀମାନଙ୍କୁ ମୁଖ୍ୟ ଅତିଥି ଭାବରେ ଗୋପ ତହସିଲଦାର ଅନିଲ କୁମାର ମାହାନ୍ତି, ମୁଖ୍ୟବକ୍ତା ନେହୁରୁ ଯୁବକେନ୍ଦ୍ର ସଂଗଠନର ରାଜ୍ୟ ନିର୍ଦ୍ଦେଶକ ଶିବାଜି ମୁରଲୀ ଧର ଖରତ, ପ୍ରତିଭାଗୀମାନଙ୍କୁ ରାଷ୍ଟ୍ର ଗଠନ ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ନିମନ୍ତେ ଭୂମିକା ସମ୍ବନ୍ଧରେ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବେ କ୍ୟାପଟେନ୍ ବିନୟ ଭୂଷଣ ମାହାନ୍ତି, ଅମିୟ କୁମାର ସେଠୀ, କୋଣାର୍କ ଭାରପ୍ରାପ୍ତ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ଜିଲ୍ଲା ଯୁବ ଅଧିକାରୀ ନବନିତ କୁମାର୍, ନେହେରୁ ଯୁବକେନ୍ଦ୍ର ପୁରୀ ଜିଲ୍ଲାର ଅଧିକାରୀ ଅନୁରାଗ କୁମାର୍, ନେହେରୁ ଯୁବକେନ୍ଦ୍ର କାର୍ଯ୍ୟକ୍ରମ ଅଧିକାରୀ
ଡକ୍ଟର ଅଶୋକ କୁମାର୍ ବେହେରା, ସମାଜସେବୀ ରାମକୃଷ୍ଣ ମହାନ୍ତି, ପ୍ରମୁଖ ଯୁବକଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ଉଦ୍ଯାପନି କାର୍ଯ୍ୟକ୍ରମକୁ ରାଜ୍ୟ ପୁରସ୍କାର ପ୍ରାପ୍ତ ସ୍ୱେଚ୍ଛାସେବୀ ନିରଞ୍ଜନ ତ୍ରିପାଠୀ, ଜାତୀୟ ଯୁବ ସ୍ୱେଚ୍ଛାସେବୀ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ପଲେଇ ପରିଚାଳନା କରିଥିଲେ ।