କୁଇଣ୍ଟାଲ କୁଇଣ୍ଟାଲ ଗଂଜେଇ ଜବତ

ବୌଦ୍ଧ ପୋଲିସ କୁ ବଡ଼ ସଫଳତା । ରାଜ୍ୟ ବାହାରକୁ ଚାଲାଣ ପାଇଁ ଗଛିତ ଥିବା ଗଞ୍ଜେଇ ସହ ମାଫିଆ ଗିରଫ । ବଘିଆପଡା ଫାଣ୍ଡି ଅନ୍ତର୍ଗତ ନେନ୍ଦନ ଗାଁ ନିକଟସ୍ଥ ବାରାକୋଡା ଜଙ୍ଗଲ ରୁ ୧୩ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ । ଗଞ୍ଜେଇ ମାଫିଆ କରଡାପଡା ଗାଁ ର ବାସୁଦେବ ଦନ୍ତା କୁ ଗିରଫ କରିଛି ବୌଦ୍ଧ ପୋଲିସ ।ସୂଚନା ଅନୁସାରେ ବାହାର ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ନେନ୍ଦନ ଜଙ୍ଗଲ ମଧ୍ୟରେ ପ୍ରସ୍ତୁତି ଚାଲିଥିବା ବେଳେ ବୌଦ୍ଧ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଘଟଣା ସ୍ଥଳରେ ପୋଲିସ୍ କୁ ଦେଖି ଗଞ୍ଜେଇ ମାଫିଆ ମାନେ ଫେରାର ମାରିଥିବା ବେଳେ ଜଣକୁ କବୁ କରିବା ସହ ୧୩କୁଇଣ୍ଟାଲ ୫୦କେଜି ଗଞ୍ଜେଇ ସହ ଏକ ନୂଆ ବୋଲେରୋ ପିକପ ଜବତ କରିଥିଲା । ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଥାନା କରଡାପଡ଼ା ଗାଁ ର ବାସୁଦେବ ଦନ୍ତା । ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ବୌଦ୍ଧ ପୋଲିସ।

Comments (0)
Add Comment