ଧର୍ମଗଡ଼,: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି କାର୍ଲିଗାଁ ରେ ଜମି ବାଡି ବିବାଦକୁ ନେଇ ନିଜ କାକା ଓ ଖୁଡିକୁ ନୃଶଂସ ପୁତୁରା ହତ୍ୟା କରିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ସୂଚନାମତେ ଦୀର୍ଘ ଦିନ ଧରି ମୃତକଙ୍କ ପରିବାର ଓ ଅଭିଯୁକ୍ତଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ଏନେଇ ଉକ୍ତ ପରିବାର ଗତ ଶୁକ୍ରବାର ଦିନ ଦଶପୁର ଫାଣ୍ଡିର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଅନେକ ବୁଝାସୁଝା କରିବା ପରେ ମଧ୍ୟ ବିଫଳ ହୋଇଥିଲା । ଶେଷରେ ନୃଶଂସ ପୁତୁରା ପ୍ରତିଶୋଧ ପରାୟଣ ହୋଇ ନିଜ କାକା ଓ ଖୁଡିକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । କାଳେ ବଞ୍ଚିଯିବେ ବୋଲି ଜାଣି ଏକ ପଥର ସାହାଯ୍ୟରେ ଛେଚି ନିର୍ମମ ଭାବେ ହତ୍ୟା କରିଥିଲା ଜାହାରି ଫଳରେ ବୁଡୁ ବାଗ (୫୦), ସଜନେ ବାଗ(୪୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ପୁଲିସ ଓ
ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲେ । ଶେଷରେ ହତ୍ୟା ଅଭିଯୁକ୍ତ ପୁତୁରା ବସନ୍ତ ବାଗକୁ ପୁଲିସ ଗିରଫ କରିବା ସହିତ ତା ଠାରୁ ହତ୍ୟାରେ ବ୍ୟବହୃତ ଏକ ଟାଙ୍ଗିଆ ଓ ପଥରକୁ ଜବତ କରି ସୋମବାର କୋର୍ଟ ଚାଲାଣ କରିଛି ଗୋଲାମୁଣ୍ଡା ପୁଲିସ । ଏନେଇ ଆଜି ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏସଡିପିଓ ମନୋଜ କୁମାର ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗୋଲାମୁଣ୍ଡା ଥାନାଧିକାରୀ ଶ୍ୱେତାପଦ୍ମ ସେଠ, ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ ପଣ୍ଡା ଉପସ୍ଥିତ ଥିଲେ ।