ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲାପାଳଙ୍କୁ ଶୁଭେଚ୍ଛା

କୋରାପୁଟ : ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶଶଧର ରାଉତ ଙ୍କ ନେତୃତ୍ବରେ ଏକ ଟିମ୍  ବୁଧବାର ଦିନ ଜିଲ୍ଲାପାଳ ଭି କିର୍ତ୍ତୀଭାସନ ଙ୍କୁ କାର୍ଯ୍ୟଳୟ ରେ ଫୁଲ ତୋଡା ଦେଇ ଶୁଭେଚ୍ଛା  ଜଣାଇଛନ୍ତି। ଜିଲ୍ଲାର ସାମଗ୍ରିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଜିଲ୍ଲାପାଳ ଭି କିର୍ତ୍ତୀଭାସନ ପ୍ରଶାସନିକ ସେବା ଦିବସ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଠାରୁ ପ୍ରଧାନମନ୍ତ୍ରୀ ଏକ୍ସଲେନ୍ସ ଆଓର୍ଡ ପାଇଛନ୍ତି। ଅନ୍ୟପକ୍ଷରେ ଦେଶର ୭୧୧ ଜିଲ୍ଲା ମଧ୍ୟରୁ ୫ ଜିଲ୍ଲା ଏହି ଆଓର୍ଡ ପାଇଁ ମନୋନୀତ ହୋଇଥିବା ବେଳେ କୋରାପୁଟ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରି ଏହି ଆଓର୍ଡ ପାଇଛି।ଯାହାକି ଜିଲ୍ଲା ପାଇଁ ଗର୍ବ ଓ ଗୌରବ। ଏହି ସଫଳତା ପାଇଁ  ଜିଲ୍ଲା ପାଳ ଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇ ଆଗାମୀ ଦିନରେ ଏହି ଧାରାକୁ କୁ ବଜାୟ ରଖି ଜିଲ୍ଲାପ୍ରଶାସନ ତଥା ଜିଲ୍ଲାପାଳ ଶ୍ରୀ ଭାସନ ଆଗକୁ ଜିଲ୍ଲାବାସୀ ଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଜାରି ରଖିବେ ବୋଲି ସଂଘ ପକ୍ଷରୁ ଆଶାରଖାଯାଇଛି। ଆଜିଯାଏଁ କୋରାପୁଟ ଜିଲ୍ଲା ରେ ସାମ୍ବାଦିକ ଭବନ ନିର୍ମାଣ ହୋଇପାରିନାହିଁ। ଜିଲ୍ଲାରେ ଆପଣଙ୍କ କାର୍ଯ୍ୟକାଳ ସମୟ ମଧ୍ୟର ଏହି ଭବନ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସଂଘ ଆଶା ରଖିଛି ବୋଲି ଜିଲ୍ଲାପାଳ ଶ୍ରୀ ଭାସନ ଙ୍କ ସହ  ସଭାପତି ଶ୍ରୀ ରାଉତ ଆଲୋଚନା କରିଥିଲେ। ତେବେ ଭବନ କାର୍ଯ୍ୟ ଖୁବ ଶ୍ରୀଘ୍ର ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଭାସନ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଏହି ଅବସରରେ ଅନ୍ୟ ସାମ୍ବାଦିକ ମାନଙ୍କ ମଧ୍ୟରେ ତ୍ରିଲୋଚନ ମହାରଣା,ସି ହେଚ ଭଗବତୀ ଆଚାରୀ ଏବଂ ସୈମ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Comments (0)
Add Comment