ଐତିହାସିକ ଫାଷ୍ଟ ଗେଟକୁ ଉଦ୍‌ଘାଟନ କଲେ ସାଂସଦ ରୁଦ୍ର ପାଣି

MP Ruda Mani inaugurated the historic fast gate

ଅନୁଗୁଳ,: କୋଇଲା ନଗରୀ ତାଳଚେରର ସର୍ବ ପୁରାତନ ଐତିହାସିକ ଫାଷ୍ଟ ଗେଟ ୨୬ ତାରିଖ ସାଧାରଣତନ୍ତ୍ର ଦିବସ
ରବିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟକ ଭାବେ ଢ଼େଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇଥିଲା ବେଳେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜରିଆରେ ଏହାକୁ ଲୋକାର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ପୌରହିତ୍ୟ କରିଥିଲେ ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୁତିଆ । ଏହି ଐତିହାସିକ ରାଜା ରାଜୁଡା ଅମଳର ମୁଖ୍ୟ ପ୍ରଥମଦ୍ୱାରର ପୁନଃ ଉଦ୍ଧାର କାର୍ଯ୍ୟର ମୁଖ୍ୟ ଭୂମିକା ଲିଭାଇଥିବା ପବିତ୍ର ଭୁତିଆ ଉତ୍ସବରେ ସଭାପତିତ୍ୱ କରି ଏହି ଗେଟ ନିର୍ମାଣରେ ସହରବାସୀଙ୍କ ସହଯୋଗକୁ ପ୍ରସଂଶା କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସୂଚନାଯୋଗ୍ୟ ଯେ ତାଳଚେରର ଏହି ପୁରାତନ ଗେଟଟି ପୂର୍ବରୁ ବହୁ କଳାକୃତିରେ ନିର୍ମାଣ
କରାଯାଇଥିଲା । କିନ୍ତୁ ପ୍ରାୟ ୧୫୦ ବର୍ଷର ଗେଟଟି ଧୀରେ ଧୀରେ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚି ସେଥିରୁ ପ୍ଲାଷ୍ଟର ଛାଡିବା ଆରମ୍ଭ ହୋଇଯାଇଥିଲା । ଏହାକୁ ସମସ୍ତ ରାଜନେତା ଓ ପ୍ରଶାସନିକ ଅଧିକାରୀ ମାନେ ଦେଖି ଚୁପ ଚାପ ବସି ଯାଇ ଏଥିପ୍ରତି କେହି ଧ୍ୟାନ ଦେବାକୁ ମନ ବଳାଉ ନ ଥିବାରୁ ସହର ତଥା ଆଖପାଖ ଗ୍ରାମାଞ୍ଚଳର ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ଉପଲବ୍ଧି କରି ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୁତିଆ ତୁରନ୍ତ ପଦକ୍ଷେପ ଗ୍ରହଣ କରି ତାଳଚେର ରାଜା ସାହେବ ରାଜେନ୍ଦ୍ର ଚନ୍ଦ୍ର ଦେବ ବିରବର ହରିଚନ୍ଦନଙ୍କୁ ସାକ୍ଷାତ କରି ତାଙ୍କର
ଅନୁମତି ପ୍ରାପ୍ତ କରି ପୁନଉଦ୍ଧାର ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଡ଼ ପୂର୍ବକ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ୩/୪ମାସ କାଳ ଅକ୍ଲାନ୍ତ ପରିଶ୍ରମ କରି ଦିନ ରାତି ଏକ କରିଦେଇଥିଲେ ନଗରପାଳ ଶ୍ରୀ ଭୁତିଆ । ତେବେ ରାଜାଙ୍କ
ପରାମର୍ଶ କ୍ରମେ ପୂର୍ବରୁ ଥିବା ଗେଟର ଅବିକଳ ଚିତ୍ରକୁ ନିଖୁଣ ଭାବେ ଅକ୍ଷତ ରଖି ପୁନଃ ଉଦ୍ଧାର କାର୍ଯ୍ୟସମ୍ପନ୍ନ କରାଯାଇଥିଲା । ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗେଟର ଉପରେ ଦୁଇପାଖେ ଦୁଇଟି ୭ଫୁଟ ଉଚ୍ଚତା ବିଶିଷ୍ଟ
ମୂଲ୍ୟବାନ ଘଡିକୁ ସ୍ଥାପନ କରିବା ସହିତ ଗେଟର ବିଭିନ୍ନ ସ୍ଥାନରେ ଓ ସମ୍ମୁଖରେ ଆଲୋକ ବ୍ୟବସ୍ଥା କରାଯାଇଛି । ୨୬ ଜାନୁୟାରୀରେ ଏହାର ଶୁଭ ଉଦଘାଟନ ହୋଇଯାଇଛି । ଫଳରେ ତାଳଚେର ବାସୀ ଏହି ପୁନଃରୁଦ୍ଧାର କାର୍ଯ୍ୟକୁ ଭୂରି ଭୂରି ପ୍ରସଂଶା କରିବା ସହିତ ନଗରପାଳଙ୍କ କାର୍ଯ୍ୟକୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷ କରି ଏହି ଅବସରରେ ତାଳଚେର ପୌର ପରିଷଦର ବର୍ତମାନ ଥିବା ୨୧ଜଣ କାଉନସିଲର, ନିର୍ବାହୀ ଅଧିକାରୀ ବଲୟ ଦେହୁରୀ, ଦୁଇଜଣ
ପୂର୍ବତନ ନଗରପାଳ କେଶବ ଭୁତିଆ ଓ ଜ୍ୟୋସ୍ନା ଦଳେଇ ଓ ୩୦ରୁ ଅଧିକ ପୂର୍ବତନ କାଉନସିଲର, ହନୁମାନ ପଡା କମିଟି ସଭାପତି ବାପୁନି ପଟ୍ଟନାୟକ, ରାମଚନ୍ଦ୍ର ବଜାର ସଭାପତି ସୁଧୀରରିଲୁ ପଟ୍ଟନାୟକ, କାରିଗର ପଡା କମିଟି
ସଭାପତି ସୁମିତି ସାହୁ, ଗେଟ ନିର୍ମାଣ ବେଳ ସହଯୋଗ କରିଥିବା କିଛି ଯୁବକଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।

Comments (0)
Add Comment