ଏସସିବି ମେଡିକାଲକୁ ହ୍ୱିଲ ଚେୟାର ଦାନ କଲା ଇଫ୍‌କୋ ପାରାଦୀପ ୟୁନିଟ

ପାରାଦୀପ,: ବିଭିନ୍ନ ସମୟରେ ପରିବେଶ ସୁରକ୍ଷା, ପାରିପାଶ୍ୱର୍ିକ ଉନ୍ନୟନ ଓ ଦୈବୀ ଦୁର୍ବିପାକ ସମୟରେ ଇଫ୍‌କୋର ସହଯୋଗ ସାଧାରଣରେ ବେଶ ପ୍ରଶଂସନୀୟ । ତେବେ ରୋଗୀମାନଙ୍କ ସାଧାରଣରେ ଚଳପ୍ରଚଳ ସୁବିଧା ଓ ଆବଶ୍ୟକପାଇଁ ଇଫକୋ ପାରାଦୀପ ୟୁନିଟ ପକ୍ଷରୁ କଟକ ସ୍ଥିତ ଓଡ଼ିଶାର ମୁଖ୍ୟ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲ କଲେଜ ଓ ଚିକିତ୍ସାଳୟର ମେଡ଼ିସିନ ୱାର୍ଡକୁ ସୋମବାର ଦିନ ହ୍ୱିଲ ଚେୟାର ବଣ୍ଟନ କରାଯାଇଛି । ସାଧାରଣ ରୋଗୀମାନଙ୍କ ପାଇଁ ଏହି ସହାୟତା ବେଶ ଉପଯୋଗୀ ଏବଂ ସର୍ବାଦୃତ ହୋଇଛି । ଏହି ହ୍ୱିଲ ଚେୟାର ବଣ୍ଟନ କାର୍ଯ୍ୟକ୍ରମରେ ଇଫକୋ ପାରାଦୀପ ୟୁନିଟ ମୁଖ୍ୟ ପି.କେ.ମହାପାତ୍ରଙ୍କ ସମେତ ଏସସିବି ମେଡିକାଲ କଲେଜ ଓ ଚିକିତ୍ସାଳୟର ମୁଖ୍ୟ ପ୍ରଫେସର ଲକି ଦାସ, ନିରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଅଶୋକ କୁମାର ମଲ୍ଲିକ, ମେଡ଼ିସିନ ବିଭାଗ ତଥା ଓଡିଶା ଆଇଏମଏର ସଭାପତି ପ୍ରଫେସର ଜୟନ୍ତ ପଣ୍ଡା, ଇଫକୋ ପାରାଦୀପର ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା, ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ବିଶ୍ୱରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment