ଉମରକୋଟ,: ପ୍ରଶାସନଙ୍କ ଲିଖିତ ପ୍ରତିଶ୍ରୁତିରେ ମଧ୍ୟ ହୋଇ ପାରିଲାନି ସମସ୍ୟାର ସମାଧାନ । ପୁଣି ଥରେ ଚାଷୀ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ଲୋଭଲ୍ଟେଜ ଏବଂ ଅଘୋଷିତ ବିଜୁଳି କାଟ ସମସ୍ୟାକୁ ନେଇ ରାଇଘର ଉମରକୋଟ ମୁଖ୍ୟକୁ ସରଗୁଲି ଛକରେ ପୁଣି ରାସ୍ତା ଅବରୋଧ କରିଥିଲେ ଚାଷୀ । ସୂଚନା ଥାଉକି ସମାନ ସମସ୍ୟାକୁ ନେଇ ଗତ କୋଡିଏ ତାରିଖରେ ଦୁଇ ଦିନ ରାସ୍ତା ଅବରୋଧ କରିଥିଲେ । ପ୍ରଶାସନ ଲୋଭଲ୍ଟେଜ ଏବଂ ଅଘୋଷିତ ବିଜୁଳି କାଟସମସ୍ୟାର ସାମଧାନ ସକାଶେ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ହଟିଥିଲେ କିନ୍ତୁ କୌଣସି ପ୍ରକାର ସମାଧାନ ହୋଇ ନ ଥିଲା । ଚାଷ କରି ଦୁଇ ପଇସା ରୋଜଗାର କରିବାର ଲକ୍ଷ ଥିବାବେଳେ ଲୋଭଲଟେଜ ଯୋଗୁଁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ତେଣୁ ପୁଣି ଥରେ ରାସ୍ତା ଅବରୋଧ କରିଥିଲେ ଚାଷୀ । ବିଭାଗୀୟ ଅଧିକାରୀମାନେ ଏହି ସମସ୍ୟା ନେଇ ଅବଗତ ଥାଇ ମଧ୍ୟ ସମାଧାନ କରୁନଥିଲେ । ରାଇଘର ବ୍ଲକର ୫ଟି ପଞ୍ଚାୟତର ଶତାଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମାଧାନ ନ ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଥିବା ବୋଲି ଚାଷୀମାନେ କହିଛନ୍ତି । ଏହି ରାସ୍ତା ଅବରୋଧ ଯୋଗୁଁ ଦୁଇ ପାଶ୍ୱର୍ରେ ଶତାଧିକ ଗାଡି ଅଟକି ଥିବାବେଳେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ପ୍ରାୟ ୩୦ ଘଣ୍ଟା ରାଜ ରାସ୍ତା ଠପ୍ ହୋଇଥିଲା । ମଙ୍ଗଳବାର ସକଳେ ଉପ ଜିଲ୍ଲାପାଳ, ରାଇଘର ତହସିଲ ଅଧିକାରୀ, ବିଡିଓ, ଉମରକୋଟ ଏସ୍ଡିପିଓ ଏବଂ ବିଦ୍ୟୁତ ବିଭାଗ ଏସଡିଓ ଘଟଣା ସ୍ଥଳରେ ପହଞ୍ଚି ବୁଝାମଣା ପରେ ୬ ତାରିଖ ଭିତରେ ବିଦ୍ୟୁତ ସମସ୍ୟା ଦୂର କରିବୁ ବୋଲି ଲିଖିତ ଆନ୍ଦୋଳନକାରୀଙ୍କୁ ଦେଇ ରାଜ ରାସ୍ତାରୁ ହଟିବାକୁ ଅନୁରୋଧ କରିଥିଲେ । ଯେଉ ଚାଷୀଙ୍କ ଫସଲ ନଷ୍ଟ ହୋଇଛି ତାହାର ଚାଷୀମାନେ ତାହାର କ୍ଷୟ କ୍ଷତି ସହାୟତା ପାଇବେ ବୋଲି ଉପ ଜିଲ୍ଲାପାଳ କହିଛନ୍ତି । ତାହା ପରେ ରାଜ ରାସ୍ତାରୁ ହଟିଥିଲେ ।