ଜୟପୁର — ବୋରିଗୁମ୍ମା ରାଜସ୍ୱ ନିରୀକ୍ଷକ ଙ୍କ ଘରେ ରେଡ l ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଏଆରଆଇ ସୁରେନ୍ଦ୍ର ତନ୍ତି ଙ୍କ ଘର ସମେତ କୋରାପୁଟ, ଜୟପୁର କାର୍ଯ୍ୟାଳୟ ଓ ବୋରିଗୁମ୍ମା ମାର୍କେଟ କମ୍ପଲେକ୍ସ ଓ ରନସପୁର ପୈତୃକ ବାସଭବନରେ ଭିଜିଲାନ୍ସ ର ମୋଟ ଆଠଟି ଟିମ ଆଠଟି ଜାଗାରେ ଭ ଚଢ଼ାଉ ଜାରି ରଖିଛନ୍ତି ଲଲ ପୂର୍ବରୁ ତାଙ୍କ ନାମରେ ଅନେକ ଅଭିଯୋଗ ଥିବା ବେଳେ ସେ ଭିଜିଲାନ୍ସ ର ସ୍କାନର ରେ ଥିଲେ l ସୁରେନ୍ଦ୍ର ଙ୍କ ନିଜ ଝିଅ ଓ ସମ୍ପର୍କୀୟ ଙ୍କ ଘରେ ଯାଞ୍ଚ କରୁଛି ଜୟପୁର ଭିଜିଲାନ୍ସ ଟିମ ତେବେ ଜୟପୁର ଭିଜିଲାନ୍ସ ଟିମର ଏହା ଚଳିତ ମାସରେ ପଞ୍ଚମ ଚଢାଉ ।
ଏ ଆର ଆଇ ସୁରେନ୍ଦ୍ର ତନ୍ତୀଙ୍କ ଝିଅ ଘରେ ରେଡ଼ କରି ବିଭିନ୍ନ ପ୍ରକାର କାଗଜ ପତ୍ର ବ୍ୟାଙ୍କ ପାସ ବୁକ ଜବତ କରିବା ପରେ ସୁରେନ୍ଦ୍ର ତନ୍ତୀଙ୍କ ପୁରୁଣା ବୋରିଗୁମ୍ମା ସ୍ଥିତ ବାସଭବନ ରେ ଚଢ଼ାଉ କରି ସୁନା ଅଳଙ୍କାର ,ଜମି ପଟ୍ଟା, ନଗଦ ଟଙ୍କା ଜବତ କରି ସମ୍ପତ୍ତିର ହିସାବ କିତାବ କରୁଛନ୍ତି ଭିଜିଲାନ୍ସ ବିଭାଗ।ସୁରେନ୍ଦ୍ର ତନ୍ତୀ ଙ୍କୁ ଅନ୍ୟ ଏକ ଟିମ ରଣସପୁର ରେ ଥିବା ପୈତୃକ ବାସଭବନ ଏବଂ କୁମୁଲି ଗ୍ରାମର ରାଜସ୍ୱ ନିରୀକ୍ଷଣ କାର୍ଯ୍ୟାଳୟ କୁ ନେଇ ତଦନ୍ତ ଚାଲିଥିବା ସୂଚନା ମିଳିଛି।ତଦନ୍ତ ଶେଷ ହେବା ପରେ ଏହି ସରକାରୀ ବାବୁ ଲକ୍ଷପତି ନା କୋଟିପତି ବାବୁ ତାହା ଜାଣିବାକୁ ଅପେକ୍ଷା l