ବ୍ରହ୍ମପୁର,: ଗଞ୍ଜାମ ଜିଲାର ଋଷିକୁଲ୍ୟ ମୁହାଣ ଅଞ୍ଚଳ ସମୁଦ୍ର ବେଳାଭୂମିରେ ବର୍ତ୍ତମାନ ବିରଳ ଅଲିଭଭିଡଲେ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି । କଇଁଛ ଛୁଆ ଗୁଡିକ ସତଃ ପ୍ରଦୂତ୍ୟା ଭାବେ ସମୁଦ୍ର ମୁହାଁ ହେଉଛନ୍ତି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୂରୁଣା ବନ୍ଦ ପୂରୁଣା ପୋଡ଼ାମପେଟା ଗ୍ରାମ ନିକଟସ୍ଥ ବେଳାଭୂମିର ବାଲୁକା ରାଶି ମଧ୍ୟରେ ପୋତି ହୋଇ ରହିଥିବା ଅଣ୍ଡା ଗୁଡ଼ିକରୁ ଛୁଆ ଫୁଟିବା ପରେ ଛୁଆ କଇଁଛ ବେଳାଭୂମିଳୁ ଉଠି ସମୁଦ୍ର ଅଭିମୁଖେ ଯିବା ସହ ନୂଆ ଠିକଣା ପାଇଥିବା ଦେଖିବାକୁ ମିଳିଛି । ଉକ୍ତ ପ୍ରକ୍ରିୟା ରାତ୍ରର ଥଣ୍ଡା ପରିବେଶରେ ଆରମ୍ଭ ହୋଇ ସୂର୍ଯ୍ୟାଦୟ ପର୍ଯ୍ୟନ୍ତ ଚାଲୁଥୁବା ବନ ବିଭାଗ ପକ୍ଷରୁ କୁହଯାଉଛି । ଛୁଆ ଓ ଫୁଟିବା ପ୍ରକ୍ରିୟା ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ବିଶେଷଜ୍ଞ ମାନେ ସୂଚନା ଦେଇଛନ୍ତି । ଏହି ବିରଳ ଦୃଶ୍ୟ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହିଛି । କଇଁଛମାନେ ଅଣ୍ଡା ଦେବାର ୪୫ ରୁ ୫୦ ଦିନ ପରେ ମୁଖ୍ୟତଃ ଅଣ୍ଡାରୁ ଛୁଆ ବାହାରିଥାନ୍ତି । ସୂଚନାଯୋଗ୍ୟ, କଇଁଛଙ୍କ ସୁରକ୍ଷା ପାଇଁ ବେଳାଭୂମିର ପାଞ୍ଚ କିମି ଅଞ୍ଚଳକୁ ୧୦ଟି ସେଗମେଣ୍ଟରେ ବିଭକ୍ତ କରାଯାଇ ପ୍ରତ୍ୟେକ ସେଗେମେଣ୍ଟରେ ସୁରକ୍ଷା ପାଇଁ କର୍ମଚାରୀ ରହିଛନ୍ତି । ଏଥିରେ ପ୍ରାୟ ୭୦ରୁ ୮୦ ଜଣ କର୍ମଚାରୀ ରହିଛନ୍ତି । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୬ଲକ୍ଷ ୯୮ ହଜାର ୭୧୮ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨ଲକ୍ଷ ୫ହଜାର ୭୯୯ ମା\’ କଇଁଛ ଅଣ୍ଡଦାନ କରିଥିଲେ । ପୂର୍ବରୁ ୨୦୨୩ରେ ୬ଲକ୍ଷ ୩୭ ହଜାର ଓ ୨୦୨୨ରେ ୫ଲକ୍ଷ ୫୦ ହଜାର ମା ଅଲିଭ ରିଡଲେ ଗଣ ଅଣ୍ଡାଦାନ କରିଥିଲେ । ୨୦୨୪ରେ ପାଗର ଅନୁକୂଳ ଅବସ୍ଥା ନ ଥିବାରୁ ଗଣ ଅଣ୍ଡାଦାନ ହୋଇନଥିଲା ।