ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାନବାର୍ଲି ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟର ୧୦ରୁ ୨୦ ଫୁଟର ଏକ ନୂତନ ଭାବେ ତିଆରି ହୋଇଥିବା ପାଚେରୀ ଭୁଶୁଡ଼ି ପଡ଼ିଛି। ସରକାର ଶିକ୍ଷାର ବିକାଶ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡିକୁ ସ୍ମାର୍ଟ ସ୍କୁଲରେ ପରିଣତ କରୁଛନ୍ତି । ଏଥିପାଇଁ ୫୦ଲକ୍ଷ ରୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦେବା ସହ ଛାତ୍ରୀଛାତ୍ରଙ୍କ ସାମାଜିକ ସୁରକ୍ଷା ଦେବା ପାଇଁ ବିଦ୍ୟାଳୟ ଚାରିପଟେ ସୁରକ୍ଷିତ ପାଇଁ ଲକ୍ଷଲକ୍ଷ ଅନୁଦାନ ଦେଇ ପାଚେରୀ ନିର୍ମାଣ କରୁଛନ୍ତି ,ହେଲେ ନିମ୍ନ ମାନର କାର୍ଯ୍ୟପାଇଁ ଏହା ଅଧିକ ଦିନ ରହୁନାହିଁ।
ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଉକ୍ତ ବିଦ୍ୟାଳୟ ଟି ଜଙ୍ଗଲ ଘେରା ଅଞ୍ଚଳ ମଧ୍ୟରେ ଥିବାରୁ ଜଙ୍ଗଲି ଜନ୍ତୁ ପ୍ରତି ଭୋୟ ରହିଛି ଓ ବିଦ୍ୟାଳୟ ରୂପାନ୍ତିକରଣ କରାଯାଇଥିଲେ ସୁଦ୍ଧା ଏବେ ମଧ୍ୟ କିଛି ମରାମତି କାର୍ଯ୍ଯ ଗୁଡିକ ଅଧା ରହିବା ସହ ସ୍କୁଲ ପରିସର ମଧ୍ୟରେ ଥିବାଖେଳ ପଡିଆ ମଝିରେ ଏକ ବଡ ବିଦ୍ୟୁତ୍ ଟ୍ରାନ୍ସାଫର୍ମର ରହିଛି । ଯାହାକି ଛାତ୍ରୀଛାତ୍ରଙ୍କ ଖେଳକୁଦ ସମୟରେ ବ୍ୟାଘାତ ହେଉଥବା ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କହିଛନ୍ତି। ସ୍କୁଲ ପରିସର ମଧ୍ୟରେ ବିଦ୍ୟୁତ୍ ଟ୍ରାନ୍ସାଫର୍ମର ଥିବା ନେଇ ଅନେକ ଥର ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଚେତା ଫେରୁନଥିବାରୁ ଅସନ୍ତୋଷ ଦେଖାଦେଇଛି ।ତେଣୁ ପଞ୍ଚାୟତ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନ ଗମ୍ବିରତାର ସହ ଏହାକୁ ବିଚାରକୁ ନେଇ ଉକ୍ତ ବିଦ୍ୟୁତ୍ ଟ୍ରାନ୍ସାଫର୍ମର କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ଶୀଘ୍ର ସ୍କୁଲ୍ ପାଚେରୀ ମରାମତି କରିବା ପାଇଁ ଗ୍ରାମବାସୀ ପ୍ରଶାସନକୁ ଦାବି କରିଛନ୍ତି।