ଭୁବନେଶ୍ୱର,: ଅକ୍ଷୟ ତୃତୀୟା ଅବସରରେ ଭାରତରେ ସୁନାର ଦରରେ ସାମାନ୍ୟ ହ୍ରାସ ଦେଖାଯାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ପ୍ରାୟ ୦.୫% ହ୍ରାସ ପାଇଛି । ଯେତେବେଳେ ରୂପାର ଦର ପ୍ରାୟ ୧%
କମିଛି । ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୮୭,୫୧୪ ରହିଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୯୫,୪୭୦ ପ୍ରତି ୧୦ ଗ୍ରାମ ରହିଛ । ଅକ୍ଷୟ ତୃତୀୟା ସୁନା କିଣିବା ପାଇଁ ଶୁଭ ଦିବସ ଭାବେ ବିବେଚିତ ହେଉଥିବାରୁ ଏହି ଦର ହ୍ରାସ କ୍ରେତାଙ୍କ ପାଇଁ ସୁଯୋଗ ଆଣିପାରେ । ତେବେ, ବିଶେଷଜ୍ଞମାନେ ସୁନା କିଣିବା ପୂର୍ବରୁ ବଜାର ଗତିବିଧି ଉପରେ ନଜର ରଖିବାକୁ ପରାମର୍ଶ ଦେଉଛନ୍ତି । ଚଳିତ ବର୍ଷ ସୁନା ଦର ରେକର୍ଡ ସୃଷ୍ଟି କରି ଏପ୍ରିଲରେ
୯୯,୮୦୦ (୨୪ କ୍ୟାରେଟ, ୧୦ ଗ୍ରାମ) ଛୁଇଁଥିଲା । ଜିଏସ୍ଟି ସହ ଲକ୍ଷେ ପାର କରିଥିଲା । ଆମେରିକାର ଶୁଳ୍କ ନୀତି, ଡଲାର ତୁଳନାରେ ଟଙ୍କାର ଦୁର୍ବଳତା ଓ ବିଶ୍ୱ ଅର୍ଥନୈତିକ ଅସ୍ଥିରତା ଯୋଗୁ ସୁନା ଦର ବୃଦ୍ଧି ପାଇଥିଲା ।