ବ୍ରହ୍ମପୁର ରାଜ୍ୟ ରାଜନୀତିରେ ଗଞ୍ଜାମ ସବୁବେଳେ ଚର୍ଚ୍ଚିତ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି l ବିଜେଡିର ଗଡ଼ କୁହାଯାଉଥିବା ଗଞ୍ଜାମରେ ଗତସାଧାରଣ ନିର୍ବାଚନରେ କେବଳ ନବୀନ ପଟ୍ଟନାୟକ ହିଁ ବିଜୟୀ ହୋଇଛନ୍ତି। ସର୍ବାଧିକ ୧୩ଟି ନିର୍ବାଚନମଣ୍ଡଳୀ ଥିବା ଗଞ୍ଜାମ ଜିଲ୍ଲାରେ ଜଣେ ମାତ୍ର ପ୍ରାର୍ଥୀ ବିଜୟୀ ହେବା ବିଜେଡି ପାଇଁ ଶକ୍ତ ଧକ୍କା ହୋଇଥିବା ବେଳେ ପରାଜିତ ଗଡ଼ରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଦଳର ଭରସା କିଏ ହେବ ତାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ସାଧାରଣ ନିର୍ବାଚନ ପରଠୁ ଜିଲ୍ଲାରେ ଅଧୁକାଂଶ ନେତା ପ୍ରାୟ ଅଦୃଶ୍ୟ ହୋଇଥିବା ବେଳେ ଆଉ କେତେଜଣ ସାଂଗଠନିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ବିଜେଡି ଜିଲ୍ଲା ସଭାପତିମାନଙ୍କ କାର୍ଯ୍ୟକାଳ ସରିଛି ଏବଂ ନୂତନ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଭିତରେ ୧୮ଜଣ ନୂତନ ସଭାପତିଙ୍କ ନାମ ମଧ୍ୟ ଦଳ ଘୋଷଣା କରିସାରିଛି। ଏହି ୧୮ଜଣଙ୍କ ଭିତରେ ଗଞ୍ଜାମର ନାମ ନାହିଁ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପରାଜିତ ଗଡ଼ରେ ବିଜେଡି କାହାକୁ ଭରସା କରି ଜିଲ୍ଲାର ସଂଗଠନ ଦାୟିତ୍ଵ ଦେବ ଦଳୀୟ ନେତା ଓ କର୍ମୀମାନେ ଆଲୋଚନା କରୁଛନ୍ତି। ମାସକ ପୂର୍ବରୁ ଦଳର ବରିଷ୍ଠ ନେତା ସଂଜୟ ଦାସବର୍ମା ବ୍ରହ୍ମପୁର ଗସ୍ତରେ ଆସି ଦଳୀୟ ସଂଗଠନର ସ୍ଥିତି ଅନୁଧ୍ୟାନ କରିବା ସହ ଜିଲ୍ଲା ସଭାପତି କାହାକୁ କରାଯିବ ଆଲୋଚନା କରିଥିଲେ। ସେତେବେଳେଦୁଇଟି ନାମ ଚର୍ଚ୍ଚାକୁ ଆସିଥିଲା। କିଛି ବିଧାୟକ ପ୍ରାର୍ଥୀ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନାମକୁ ପ୍ରସ୍ତାବ ଦେଇଥିବା ବେଳେ ଆଉ କିଛି ନେତା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନାମକୁ ସୁପାରିସ କରିଥିଲେ। ବିକ୍ରମ ବିଜେଡିରେ ଯୋଗ ଦେବା ପରଠୁ ତାଙ୍କର ସାଂଗଠନିକ କାର୍ଯ୍ୟକୁ ଆଗକୁ ବଢ଼ାଇ ଚାଲିଛନ୍ତି ଏବଂ ଦଳ ତାଙ୍କ ଉପରେ ଭରସା କରି ଦୁଇଟି ନିର୍ବାଚନମଣ୍ଡଳୀ ଯଥା- ବ୍ରହ୍ମପୁର ଓ ଗୋପାଳପୁରରେ ସାଂଗଠନିକ କାର୍ଯ୍ୟ କରିବାକୁ ଦାୟିତ୍ୱ ଦେଇଥିଲା।ଦଳ ବିକ୍ରମଙ୍କ ଉପରେ ଭରସା କରୁଥିବା ଏଥିରୁ ସ୍ପଷ୍ଟ ବୋଲି ନେତା ଓ କର୍ମୀଙ୍କ ମହଲରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ପରଠୁ କିଛି ଦଳୀୟ ନେତା ଓ ବିଧାୟକ ପ୍ରାର୍ଥୀମାନେ ଚୁପ୍ ରହିଥିବା ବେଳେ ବିକ୍ରମ ସମସ୍ତ ଦଳୀୟ ସ୍ପଷ୍ଟ ହେଉଛି କାର୍ଯ୍ୟ କ୍ରମର ନେତୃତ୍ବ ନେଉଥିବା ଦେଖୁବାକୁ ମିଳୁଛି। ଏମିତିକି ନୂଆ ବିରୋଧ କରିବାରେ ମଧ୍ୟ ସେ ଆଗରେ ସରକାରକୁ ବି ରହୁଛନ୍ତି। ସେହିପରି ପୂର୍ବତନ ବିଧାୟକ ଚ୍ୟାଉବାବୁଙ୍କଉପରେ ମଧ୍ୟ ଦଳର ବିଶ୍ବାସ ରହିଥିବା କିଛି ନେତା ଆଲୋଚନା କରୁଛନ୍ତି । କାରଣ ଗତ ସାଧାରଣ ନିର୍ବାଚନ ସମୟରେ ସେ ଗଞ୍ଜାମ ସଭାପତି ଦାୟିତ୍ଵ ନେଇଥିଲେ । ତାଙ୍କ ସଭାପତିତ୍ୱ ସମୟରେ ବିଜେଡିରେ ଯଦିଓ ବଡ଼ ବିପର୍ଯ୍ୟୟ ଘଟିଛି, ତଥାପି ଚ୍ୟାଉବାବୁ କିଛି ନେତାଙ୍କୁ ନେଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି l ସେପଟେ ଅନ୍ୟ ରାଜନୈତିକ ଦଳ ଭଳି ବିଜେଡିକୁ ଦୁଇଟି ସାଂଗଠନିକ ଜିଲ୍ଲା କରିବାକୁ ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ପ୍ରସ୍ତାବ ଦେଇଥିଲେ। ଦଳ ଏହି ପ୍ରସ୍ତାବ ବିଚାରକୁ ନେଇଥିଲା କିନ୍ତୁ କାର୍ଯ୍ୟକାରୀ ହୋଇନାଇନାହିଁ । ଦୁଇଟି ସାଂଗଠନିକ ଜିଲ୍ଲା ହେଲେ ସେ ବି ସଭା ସଭାପତି ଲବିରେ ରହିବେ ବୋଲି କୁହାଯାଉଛି। ବିଜେଡି ଜିଲ୍ଲା ରିଟଣ୍ଟିଂ ଅଫିସର୍ (ଡିଆର୍ଓ) ଦେବାନନ୍ଦ ମହାପାତ୍ର କହିଛନ୍ତି, ଦୁଇଟି ସାଂଗଠନିକ ଜିଲ୍ଲା କରିବାକୁ ପ୍ରସ୍ତାବ ହୋଇଥିଲା। ତାହା କାର୍ଯ୍ୟକାରୀ ହୋଇନାହିଁ । କେବଳ ତେଣୁ ବିଜେଡି ବର୍ତ୍ତମାନ ଗୋଟିଏ ଜିଲ୍ଲାରେ ହିଁ ସୀମିତ ରହିବ । ୧୯ଟି ବୃକ୍ ସଭାପତି ନିର୍ବାଚିତ ହୋଇସାରିଛି ଏବଂ ଆଉ ତିନୋଟି ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ବେଗୁନିଆପଡ଼ା ବ୍ଳକ୍ ସଭାପତି ନିର୍ବାଚିତ ହୋଇନାହାନ୍ତି l ସଭାପତି ଚୟନରେ ବିଳମ୍ବ ହୋଇଛି। ଖୁବ୍ଶୀଘ୍ର ବୃକ୍ ସଭାପତି ନିର୍ବାଚନ ସାରି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ପଚାରିବାରେ କହିଛନ୍ତି, ବିଜୁ ଜନତା ଦଳ ସାଧାରଣ ଲୋକଙ୍କ ସ୍ବର। ଗରିବ ମାନଙ୍କ ଦଳ । ଦାୟିତ୍ଵ ଯାହାକୁ ମିଳିଲେ ମଧ୍ୟ ଶୃଙ୍ଖଳିତ ଭାବେ କାମ କରିବୁ ବୋଲି କହିଛନ୍ତି ।