ସମାଜର ମୃତ୍ୟୁ ହୋଇଯାଇଛ

ମୁମ୍ବାଇ, : ସମ୍ପ୍ରତି ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ଫିଲ୍ମ \”ଛାବା\’ ବକ୍ସ ଅଫିସରେ ନିଜ ଜଲୱା ଦେଖାଇଚାଲିଛି । ରିଲିଜ୍ ହେବାର ମାତ୍ର ୫ ଦିନ ମଧ୍ୟରେ ଏହି ଫିଲ୍ମ କେବଳ ଭାରତୀୟ ଫିଲ୍ମ ହଲଗୁଡ଼ିକରୁ ୨୦୦ କୋଟି ଟଙ୍କାରୁ ଅଧିକ
ବ୍ୟବସାୟ କରିଛି । ତେବେ ଏହି ଫିଲ୍ମକୁ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ଦଳାଚକଟା ସହ ଯୋଡ଼ି ଅଭିନେତ୍ରୀ ସ୍ୱରା ଭାସ୍କରା ଏକ୍ସ\’ରେ ଏକ ସମାଲୋଚନା ମୂଳକ ପୋଷ୍ଟ କରିଛନ୍ତି । \”ଛାବା\’ ଫିଲ୍ମରେ ଲୋକଙ୍କ ପକ୍ଷରୁ ଆସୁଥିବା ଭାବନାତ୍ମକ ପ୍ରତିକ୍ରିୟାକୁ ନେଇ ସ୍ୱରା ଲେଖିଛନ୍ତି, ୫୦୦ ବର୍ଷ ତଳେ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଏକ କାଳ୍ପନିକ ଚଳଚ୍ଚିତ୍ରରେ ଦେଖାଯିବାକୁ ନେଇ ଲୋକେ କ୍ରୋଧିତ ହୋଇଯାଉଛନ୍ତି । ଅନ୍ୟପକ୍ଷରେ, ମହାକୁମ୍ଭର ଖରାପ ପରିଚାଳନା ଏବଂ ଦଳାଚକଟା ମୃତ୍ୟୁକୁ ନେଇ ସେମାନଙ୍କୁ କ୍ରୋଧ ଆସୁନାହିଁ । ମହାକୁମ୍ଭରେ ମୃତଦେହଗୁଡ଼କୁ ବୁଲ୍ଡୋଜର ସାହାଯ୍ୟରେ ବାହାର କରାଯାଇଥିଲା । କିନ୍ତୁ ଏହା ବିରୋଧରେ କେହି ମଧ୍ୟ ପ୍ରତିବାଦ କଲେ ନାହିଁ । ବାସ୍ତବରେ ଆମେ ରହୁଥିବା ସମାଜରେ ଲୋକଙ୍କର ବୁଦ୍ଧି ଏବଂ ଆତ୍ମା ମରିଯାଇଛି ବୋଲି ସ୍ୱରା କହିଛନ୍ତି । ପ୍ରକାଶ ଯେ, \”ଛାବା\’ ଫିଲ୍ମ ଶମ୍ଭାଜୀ ମହାରାଜଙ୍କ ଜୀବନୀକୁ ନେଇ ଆଧାରିତ ରହିଛି । ଶମ୍ଭାଜୀ ମହାରାଜଙ୍କୁ ଅତ୍ୟାଚାର କରାଯାଉଥିବା ନେଇ ଫିଲ୍ମର ଅନ୍ତିମ ଦୃଶ୍ୟରେ ପ୍ରକାଶ ପାଇଛି । ଏହି ଦୃଶ୍ୟ ଦେଖି ଲୋକେ ଭାବ ବିହ୍ୱଳ ହେବା ସହ କ୍ରୋଧିତ ହୋଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

Comments (0)
Add Comment