ପୁଣି ଥରେ ନାଗା-ସାମନ୍ଥାଙ୍କ ପ୍ୟାଚ୍ଅପ

ଚେନ୍ନାଇ, ୯ା୧୦: ବିବାହ, ବିଚ୍ଛେଦ ଓ ରୋଗ ଯୋଗୁ କିଛି ଦିନ ହେବଲାଇମ୍ଲାଇଟରେ ଥିବା ସାଉଥ ସୁନ୍ଦରୀସାମନ୍ଥା ପୁଣି ଥରେ ଚର୍ଚ୍ଚାକୁ ·ଲି ଆସିଯାଇଛନ୍ତି । ଏଥର କାରଣ ଟିକେ ଭିନ୍ନରହିଛି । କାରଣ ଏଥର ସାମନ୍ଥାଙ୍କପୋଷ୍ଟରୁ ତାଙ୍କୁ ଏକ୍ସ- ହଜବ୍ୟାଣ୍ଡ ନାଗାଚୈନତ୍ୟଙ୍କ ସହ ପ୍ୟାଚଅପ୍ ହୋଇସାରିଥିବା ଅନୁମାନ କରିଛନ୍ତି ଫ୍ୟାନ୍ସ ।ନାଗା ବି ନିଜ ଇନଷ୍ଟା ପୋଷ୍ଟରେସେପରି କିଛି ସୂଚନା ଦେଇଛନ୍ତି ।ଫ୍ୟାନ୍ସ ଏହି ଷ୍ଟାର କପଲ୍ଙ୍କୁ ପୁଣି ଥରେଏକାଠି ଦେଖିବାକୁ ବେଶ୍ ଉତ୍ସୁକ ଥିବାବେଳେ ଉଭୟ ପକ୍ଷ କିନ୍ତୁ କୌଣସିଅଫିସିଆଲ ବିବୃତି ଦେଇ ନାହାନ୍ତି ।ନାଗା- ସାମନ୍ଥା ପୁଣି ଥରେ ଏକାଠିହେଉଥିବା ଖବର ସେତେବେଳେଗସିପ ପାଲଟିଥିଲା,ଯେତେବେଳେ ସାମନ୍ଥା ନାଗାଙ୍କ ସହନିଜ ଫଟୋ ସୋଶାଲ ମିଡିଆପ୍ଲାଟଫର୍ମରେ ଶେଆର କରିଥିଲେ ।ଉକ୍ତ ଫଟୋ ସବୁକୁ ବିଚ୍ଛେଦ ପରେସେ ସୋଶାଲ ମିଡିଆ ପ୍ଲାଟଫର୍ମରୁହଟାଇ ଦେଇଥିଲେ । ତେବେ ଦୀର୍ଘଦିନ ପରେ କ’ଣ ପାଇଁ ସାମନ୍ଥା ଉକ୍ତଫଟୋ ସବୁ ପୁଣି ଥରେ ପୋଷ୍ଟକରିଛନ୍ତି ତାହା ଉପରୁ ପରଦା ହଟିନି ।ସେହିପରି ନାଗାଙ୍କ ପୋଷ୍ଟ ବିପ୍ୟାଚ୍ଅପ୍ ତରଫକୁ ଇସାରା କରୁଥିବା ଆଲୋଚନା ହେଉଛି । ନାଗା ପୋଷ୍ଟକରିଥିବା ଫଟୋରେ ସେ କାରରଡ୍ରାଇଭିଂ ସିଟରେ ବସିଥିବା ବେଳେତାଙ୍କ ପାଖ ସିଟରେ ଏକ କୁକରବସିଛି । ଉକ୍ତ କୁକୁର କାର୍ ବାହାରକୁଅନାଇ ସୂର୍ଯ୍ୟାସ୍ତ ଦେଖୁଥିବା ଫଟୋପୋଷ୍ଟ କରିଛନ୍ତି ନାଗା । ଉକ୍ତ ଫଟୋକ୍ୟାନସନରେ ନାଗା “ୱାଇଫ’ ବୋଲିଲେଖିଛନ୍ତି । ଯାହା କି ଏବେ ନିଆଁରେଘିଅ ଢାଳୁଛି । କାରଣ ପ୍ରକୃତରେ ଉକ୍ତକୁକୁରଟି ହେଉଛି ସାମନ୍ଥାଙ୍କର । ଉକ୍ତକୁକୁରକୁ ଉଭୟ ନାଗା ଓ ସାମନ୍ଥାବିବାହ ପରେ ନିଜ ପରିବାରରେସାମିଲ କରିଥିଲେ । ବିଚ୍ଛେଦ ପରେତାହାକୁ ସାମନ୍ଥା ନିଜ ସହ ନେଇଯାଇଥିଲେ । ତେଣୁ ଏବେ ହୋଇଥିବାଫଟୋ ପୋଷ୍ଟରେ ସାମନ୍ଥାଙ୍କ କୁକରନାଗାଙ୍କ ନିକଟରେ ଥିବା ଅର୍ଥଉଭୟଙ୍କ ଦୂରତା କିଛି କମିଥିବାଅନୁମାନ କରାଯାଉଛି । ସାମନ୍ଥା ଅଟୋଇମ୍ୟୁନ ରୋଗରେ ପୀଡ଼ିତ ଥିବାରୁଚିକିତ୍ସିତ ହେବା ନିମନ୍ତେ ବିଦେଶଯାଇଥିଲେ । ଏଥିସହ ଫିଲ୍ମରୁ ସେ ଏକବର୍ଷ ବ୍ରେକ୍ ନେଉଥିବା ବି ଘୋଷଣାକରିଥିଲେ । ସାମନ୍ଥାଙ୍କ ଏପରିଦୁଃସମୟରେ ନାଗା ତାଙ୍କପାଖେପାଖେ ଛିଡ଼ା ହୋଇଥିବାଅନୁମାନ କରାଯାଉଛି । ଯାହା ଫଳରେଉଭୟଙ୍କ ମଧ୍ୟରେ ଥିବା ଦୂରତା ଧୀରେ ଧୀରେ କମିବାକୁ ଲାଗୁଥିବା ଆଲୋଚନା ହେଉଛି ।

#Once again Naga-Samantha's #patch with Naga-Samantha's # DumaniKhabar
Comments (0)
Add Comment