ଏକାଠି ନଜର ଆସିଲେ ଐଶ୍ବର୍ଯ୍ୟା, ଆରାଧ୍ୟା ଏବଂ ରେଖା

ମୁମ୍ବାଇ: ଐଶ୍ବର୍ଯ୍ୟା ଏବଂ ଆରାଧ୍ୟାଙ୍କ ସହ ନଜର ଆସିଲେ ରେଖା । ମୁକେଶଙ୍କ ପାର୍ଟିରେ ଆରାଧ୍ୟାଙ୍କ ଉପରେ ପ୍ରେମ ବର୍ଷା କଲେ ରେଖା । ଶନିବାର ଦିନ ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (NMACC) ର ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଧୁମଧାମରେ ପାଳନ ହେବା ସହ ଏଥିରେ ବହୁ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମରେ କେବଳ ବଲିଉଡର ନୁହେଁ ହଲିଉଡର ଅନେକ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ। ଏହି ପାର୍ଟିରେ ଶାହାରୁଖ ଖାନ, ସଲମାନ ଖାନ, ଦିଶା ପାଟନୀ, ରେଖା, ଶ୍ରଦ୍ଧା କପୁର, ରଣବୀର ସିଂ, ଗୌହର ଖାନ, ସୁହାନା, କାଜୋଲ, ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ, ରଶ୍ମିକା ମନ୍ଦାନା ଏବଂ ବରୁଣ ଧାୱନଙ୍କ ସହ ଅନେକ ସେଲିବ୍ରିଟି ନଜର ଆସିଥିଲେ।

ଏହି କାର୍ଯ୍ୟକ୍ରମରୁ ରେଖା ଏବଂ ଆରାଧ୍ୟାଙ୍କର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁ ଫଟୋ ଦେଖି ଫ୍ୟାନ୍ସମାନେ ବହୁ ଭଲପାଇବା ଦେଇଛନ୍ତି । ଡେରାଡୁନ

ବହୁତ କମ୍ ପାର୍ଟିରେ ରେଖା ଏବଂ ଅମିତାଭ ବଚ୍ଚନଙ୍କ ପରିବାର ସାମ୍ନାକୁ ଆସନ୍ତି । ବଲିଉଡରେ ଲଭ୍ ଟ୍ରାୟାଙ୍ଗଲର କଥା ଆସିଲେ ପ୍ରଥମେ ଅମିତାଭ ବଚ୍ଚନ, ରେଖା ଏବଂ ଜୟା ବଚ୍ଚନଙ୍କ ନାଁ ଆସେ । କୁହାଯାଏ ଯେ, ଆଜି ବି ଏହି ତିନିଜଣ ପରସ୍ପର ସହ କଥାବାର୍ତ୍ତା କରନ୍ତି ନାହିଁ। କିନ୍ତୁ ରେଖା ଏହି ପାର୍ଟିରେ ଆରାଧ୍ୟା ଏବଂ ଐଶ୍ୱର୍ଯ୍ୟାଙ୍କ ସହ କଥାବାର୍ତ୍ତା କରିଛନ୍ତି। କେବଳ ବଥାବାର୍ତ୍ତା କରିନାହାନ୍ତି ସମସ୍ତେ ମିଶି ଫଟୋ ବି ଉଠାଇଛନ୍ତି ।

#AishwaryaRai #mumbai
Comments (0)
Add Comment