ହାଇକୋର୍ଟରେ ବଢୁଛି ମାମଲା ବୋଝ

ନୂଆଦିଲ୍ଲୀ,: ଅସ୍ଥାୟୀ ବିଚାରପତି ନିଯୁକ୍ତିକୁ ନେଇ ପୂର୍ବରୁ ଦିଆଯାଇଥିବା ଏକ ରାୟକୁ ସଂଶୋଧନ କରିବା ପାଇଁ ସୁପ୍ରିମକୋର୍ଟମଙ୍ଗଳବାର ରାଜି ହୋଇଛନ୍ତି । ପୂର୍ବରୁ ୨୦୨୧ରେ ଲୋକପ୍ରହରୀ ମାମଲାରେ ହାଇକୋର୍ଟଗୁଡିକରେ ୨୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ବିଚାରପତି ପଦବୀ ଖାଲି ଥିଲେ ଅସ୍ଥାୟୀ ବିଚାରପତି ନିଯୁକ୍ତ କରିବାକୁ ରାୟ ଦେଇଥିଲେ । ଏବେ ସିଜେଆଇ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର ଗଭାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ଏ ସମ୍ବନ୍ଧିତ ପଡ଼ି ରହିଥିବା ବିଚାରପତି ନିଯୁକ୍ତି ମାମଲାର ଶୁଣାଣି କରିଛନ୍ତି । ସିଜେଆଇ କହିଛନ୍ତି ଯେ କିଛି ହାଇକୋର୍ଟରେ ବିଚାରପତିଙ୍କ ପିଛା ଭାର ଢେର ଅଧିକ ବୃଦ୍ଧି ପାଇଛି । ବିଭିନ୍ନ ଖଣ୍ଡପୀଠରେ ପଡ଼ି ରହିଥିବା ଆପରାଧିକ
ମାମଲା ଉପରେ ଜଣେ ବିଚାରପତି କିମ୍ବା ବରିଷ୍ଠ ବିଚାରପତି ଏବଂ ଅସ୍ଥାୟୀ ବିଚାରପତି ଶୁଣାଣି କରିପାରନ୍ତି । ତେଣୁ ପୂର୍ବ ନିଷ୍ପତ୍ତିରେ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି । ଏବେ ଆହ୍ଲାବାଦ ହାଇକୋର୍ଟରେ ୬୩ ହଜାର ଝାଡ଼ଖଣ୍ଡରେ ୧୩ ହଜାର, କର୍ଣ୍ଣାଟକରେ ୨୦ ହଜାର, ପାଟନାର ୨୧ ହଜାର, ରାଜସ୍ଥାନରେ ୮ ହଜାର, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ୨୧ ହଜାର ଆବେଦନ ପଡ଼ି ରହିଛି ବୋଲି ସିଜେଆଇ କହିଛନ୍ତି । ସେ ଅସ୍ଥାୟୀ ବିଚାରପତି ନିଯୁକ୍ତି ନେଇ ଆଟର୍ଣ୍ଣି ଜେନେରାଲଙ୍କ ରାୟ ମାଗିଛନ୍ତି ।

Comments (0)
Add Comment