ସେନସେକ୍ସ ଓ ନିଫ୍ଟି ଗ୍ରୀନ୍‌ ମାର୍କରେ ବନ୍ଦ

ନୂଆଦିଲ୍ଲୀ : ଭାରତୀୟ ସେୟାର ବଜାରରେ ସୋମବାର ଆଖିଦୃଶିଆ କାରବାର ହୋଇଛି । ସପ୍ତାହର ପ୍ରଥମ କାରବାର ଦିନରେ ଉଭୟ ସେନସେକ୍ସ ଓ ନିଫ୍ଟି ଗ୍ରୀନ୍‌ ମାର୍କରେ ବନ୍ଦ ହୋଇଛନ୍ତି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୪୧୫.୪୯ ପଏଣ୍ଟ ବୃଦ୍ଧିପାଇ ୬୦,୨୨୪.୪୬ ପଏଣ୍ଟରେ କାରବାର ଶେଷ କରିଥିବା ବେଳେ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୧୭.୧୦ ଅଙ୍କ ବୃଦ୍ଧିପାଇ ୧୭, ୭୧୧.୪୫ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ବ୍ୟାଙ୍କ ନିଫ୍ଟି ୯୯.୦୫ ବଢି ୪୧,୩୫୦.୪୦ରେ କାରବାର ଶେଷ କରିଛି । ସେନସେକ୍ସର ୩୦ଟି ସେୟାର ମଧ୍ୟରୁ ୨୫ଟିର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ୫ଟି ର
ମୂଲ୍ୟ ହ୍ରାସ ପାଇ ବନ୍ଦ ହୋଇଛି ।

ସେହିଭଳି ନିଫ୍ଟିର ୫୦ ସେୟାର ମଧ୍ୟରୁ ୩୮ଟି ମୂଲ୍ୟ ବୃଦ୍ଧି ପାଇ ଏବଂ ୧୨ଟି ର ମୂଲ୍ୟ ହ୍ରାସ ପାଇ ବନ୍ଦ ହୋଇଛି । ସୋମବାର କାରବାର ଶେଷ ସୁଦ୍ଧା ନିବେଶକଙ୍କ ସମ୍ପତ୍ତି ୨.୧୫ କୋଟି ଟଙ୍କା ବୃଦ୍ଧିପାଇଛି । ଆଜି ଆଦାନୀ ସେୟାର ଦମଦାର କାରବାର କରିଛନ୍ତି । ଆଦାନୀ ଗ୍ରୁପର ୬ଟି ସେୟାର ମୂଲ୍ୟ ବୃଦ୍ଧି ପାଇଛି । ଆଦାନୀ ଗ୍ରୀନ୍‌, ଆଦାନୀ ପାୱାର, ଆଦାନୀ ଟ୍ରାନ୍ସମିସନ, ଆଦାନୀ ୱିଲମାର, ଆଦାନୀ ଟୋଟାଲ ଗ୍ୟାସ୍‌ ଏବଂ ଏନଡିଟିଭି ସେୟାର ସକାରାତ୍ମକ କାରବାର କରିଛନ୍ତି ।

। ବୃଦ୍ଧିପାଇଥିବା ସେୟାର ଗୁଡିକ ମଧ୍ୟରେ ରହିଛନ୍ତି ଆଦାନୀ ଏଣ୍ଟରପ୍ରାଇଜର୍ସ, ଟାଟା ମୋଟର୍ସ, ଓଏନ୍‌ଜିସି, ଏନଟିପିସି, ପାୱାର ଗ୍ରୀଡ୍‌, ଇନଫୋସିସ୍‌, ବଜାଜ ଫିନସର୍ଭ, ଗେଲ୍‌ ଇଣ୍ଡିଆ, ସିମେନସ୍‌, ଆଇଓସିଏଲ୍‌, ଏସିଆନ୍‌ ପେଣ୍ଟସ୍‌, ଆଇସିଆଇସିଆଇ ଲୋମ୍ୱାର୍ଡ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଆଦାନୀ ପୋର୍ଟସ୍‌ ସମେତ ଆଉ କିଛି ସେୟାର କମ୍ପାନୀ । ସେହିଭଳି ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌, ଅମ୍ୱୁଜା ସିମେଣ୍ଟସ୍‌, ଏସିସି, ଟାଟା ଷ୍ଟିଲ, ଗୋଦରେଜ୍‌, ପିଏନ୍‌ବି, ବେଦାନ୍ତ, ହିଣ୍ଡାଲକୋ, ଇଣ୍ଡସ୍‌ ଟାୱାର, ସେଲ୍‌, ପେଟିଏମ୍‌, ଶ୍ରୀ ସିମେଣ୍ଟ, ବଜାଜ ଅଟୋ, ଡିଏଲ୍‌ଏଫ୍‌ ସମେତ ଆଉ କିଛି ସେୟାର ମୂଲ୍ୟ ହ୍ରାସ ପାଇଛି ।

#nationalnews #marketing
Comments (0)
Add Comment