ସଜ୍ଜନଙ୍କୁ ବିଜନେସ୍ ଲିଡର ଅଫ୍ ଦି ଡିକେଡ୍ ଆୱାର୍ଡ

ନୂଆଦିଲ୍ଲୀ,: ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କୁ ନିକଟରେ ଆଉ ଏକ ଜାତୀୟସ୍ତର ପୁରସ୍କାର \”ବିଜ୍‌ନେସ୍ ଲିଡର ଅଫ୍ ଦି ଡିକେଡ୍ ଆୱାର୍ଡ\’ ସମ୍ମାନରେ ସମ୍ମାନିତ କରାଯାଇଛି । ଏପରିକି ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌କୁ ସଜ୍ଜନ ଏକ ବିଶ୍ୱସ୍ତରୀୟ ସଙ୍ଗଠନରେ ପରିଣତ କରିବା ସହିତ ଏକ ପରିବର୍ତ୍ତନକାରୀ ନେତୃତ୍ୱ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏଶନ ବା ଏଆଇଏମ୍‌ଏ ମ୍ୟାନେଜିଂ ଇଣ୍ଡିଆ ଆୱାର୍ଡସର ୧୫ତମ ସଂସ୍କରଣରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କୁ ସମ୍ମାନଜନକ \”ବିଜ୍‌ନେସ୍‌ ଲିଡର ଅଫ୍ ଦି ଡିକେଡ୍‌\’ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଆୟୋଜିତ ସମ୍ମାନ
ସମାରୋହ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ
ଅତିଥି ଭାବେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଯିତିନ ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ । ଅପରପକ୍ଷରେ କେପିଏମଜି ଇଣ୍ଡିଆର
ସିଇଓ ୟେଜଦି ନାଗପୋରୱାଲା ପ୍ରଶଂସାପତ୍ର ପାଠ କରିଥିଲେ । ସେହିଭଳି ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏଶନ ବା ଏଆଇଏମଏ ମ୍ୟାନେଜିଂ ଇଣ୍ଡିଆ ଆୱାର୍ଡସ ଭାରତର ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ପାଳନ କରିଥାଏ । ଏହି ସମାରୋହ ଉତ୍ସବରେ ବିଶିଷ୍ଟ ପୁରସ୍କାର ବିଜେତା, ଶିଳ୍ପପତି ଏବଂ ଏଆଇଏମ୍‌ଏ
କର୍ମକର୍ତ୍ତାମାନେ ଏକାଠି ହୋଇଥିଲେ ।

Comments (0)
Add Comment