ରିଫାଇନ୍ଡ ତେଲ ଏବଂ ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟ ଉପରେ କଠୋର ଆଇନ ଆବଶ୍ୟକ : ନବୀନ ଜିନ୍ଦଲ

ନୂଆଦିଲ୍ଲୀ,: ମାନ୍ୟବର ସାଂସଦ ନବୀନ ଜିନ୍ଦଲ ସଂସଦରେ ରିଫାଇନ୍ଡ ତେଲ ଏବଂ ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟ (ଅଲ୍ଟ୍ରା ପ୍ରୋସେସ୍ଡ ଫୁଡ) ଦ୍ୱାରା ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି । ଜନସାଧାରଣଙ୍କ ସୁସ୍ଥ ଜୀବନଯାପନ ପାଇଁ ସେ ଅଧିକ ସ୍‌ୱଚ୍ଛତା, କଠୋର ନିୟମ ଏବଂ ଗ୍ରାହକ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ନବୀନ ଜିନ୍ଦଲଙ୍କ ଦ୍ୱାରା ଉଠାଯାଇଥିବା ପ୍ରମୁଖ ପ୍ରସଙ୍ଗ: ରିଫାଇନ୍ଡ ତେଲର କ୍ଷତିକାରକ ପ୍ରଭାବ: ଅଧ୍ୟୟନରୁ ଜଣାପଡିଛି ଯେ ବାରମ୍ବାର ରିଫାଇନ୍ ପ୍ରକ୍ରିୟା ଅତ୍ୟାବଶ୍ୟକ ପୋଷକ ତଚାକୁ ନଷ୍ଟ କରିଦିଏ ଏବଂ କ୍ଷତିକାରକ ଟ୍ରାନ୍ସ ଫ୍ୟାଟ୍ ସୃଷ୍ଟି କରେ, ଯାହା ହୃଦରୋଗ, ମଧୁମେହ ଏବଂ ମେଦବହୁଳତା ପରି ଜୀବନଶୈଳୀ ଜନିତ ରୋଗର ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରିଥାଏ । ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟର ବିପଦ: ଏହି ଖାଦ୍ୟ ପଦାର୍ଥରେ ଅତ୍ୟଧିକ ରାସାୟନିକ ପ୍ରିଜର୍ଭେଟିଭ୍‌ ଏବଂ କ୍ଷତିକାରକ ଫ୍ୟାଟ୍ ରହିଥାଏ । ଯାହା ସ୍ୱାସ୍ଥ୍ୟ ସମସ୍ୟାକୁ ବଢ଼ାଇଥାଏ । ସ୍ୱଚ୍ଛ ଲେବେଲିଂର ଅଭାବ: ଭ୍ରମାତ୍ମକ ପ୍ୟାକେଜିଂ ଯୋଗୁଁ ଅନେକ ଉପଭୋକ୍ତା କଣ ଖାଉଛନ୍ତି ସେ ବିଷୟରେ ଅଜ୍ଞ ଥା\’ନ୍ତି । ନିୟମକୁ ଅଧିକ କଠୋର କରିବା ଆବଶ୍ୟକ । ବାଧ୍ୟତାମୂଳକ ସ୍ପଷ୍ଟ ଲେବଲିଂ: ଶ୍ରୀ ଜିନ୍ଦଲ ସରକାରଙ୍କୁ କଠୋର ଖାଦ୍ୟ ଲେବଲିଂ ଆଇନ ପ୍ରଣୟନ କରିବାକୁ ଅନୁରୋଧ କରିଥିଲେ । ଯେଉଁଥିପାଇଁ ଉତ୍ପାଦନକାରୀମାନେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ଆବଶ୍ୟକ ଯେ ଉତ୍ପାଦରେ ରିଫାଇଣ୍ଡ ତେଲ ବ୍ୟବହାର ହୋଇଛି କି ନାହିଁ ଏବଂ ଏହା ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟ ବର୍ଗରେ ଆସୁଛି କି ନାହିଁ । ସ୍ୱାସ୍ଥ୍ୟ ପ୍ରଭାବ ଉପରେ ଶ୍ୱେତପତ୍ର: ରିଫାଇଣ୍ଡ ତେଲ ଏବଂ ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟର ସ୍ୱାସ୍ଥ୍ୟ ପ୍ରଭାବ ଉପରେ ଏକ ଶ୍ୱେତପତ୍ର ଜାରି କରିବାକୁ ସେ ଅନୁରୋଧ କରିଛନ୍ତି, ଯାହା ଦ୍ୱାରା ଏହାର ଅଧିକ ବୈଜ୍ଞାନିକ ଅଧ୍ୟୟନ କରାଯାଇପାରିବ । ସ୍ୱାସ୍ଥ୍ୟକର ବିକଳ୍ପର ପ୍ରୋତ୍ସାହନ: ପାରମ୍ପାରିକ ଏବଂ କୋଲ୍ଡ
ପ୍ରେସ୍ଡ ତେଲ, ପ୍ରାକୃତିକ ଏବଂ ଜୈବିକ ଖାଦ୍ୟକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଜିନ୍ଦଲ ଗୁରୁତ୍ୱାରୋପ କରିଥିଲେ । ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ କରିବା ପାଇଁ ଦେଶର ନାଗରିକମାନେ ସୁସ୍ଥ ରହିବା ନିତାନ୍ତ ଜରୁରୀ ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି । ଲୁକ୍କାୟିତ ସ୍ୱାସ୍ଥ୍ୟ ସଂକଟରୁ ଉପଭୋକ୍ତାଙ୍କ ସୁରକ୍ଷା ଏବଂ ଏବଂ ଏକ ପ୍ରଭାବଶାଳୀ ଆଇନ ପ୍ରଣଯନ ପାଇଁ ପଦକ୍ଷେପ ନେବାକୁ ସେ ଅପିଲ୍ କରିଛନ୍ତି ।

Comments (0)
Add Comment