ମୋଦିଙ୍କ ଫଟୋ ଥିବା ନେକଲେସ ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ

ମୁମ୍ବାଇ, : ୭୮ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ଚାଲିଛି । ଏହି ଫିଲ୍ମ ଫେଷ୍ଟିଭାଲରେ ଅଂଶଗ୍ରହଣ କରିବା ପାଇଁ ସାରା ବିଶ୍ୱରୁ ସିନେ ତାରକାମାନେ ଆସିଛନ୍ତି । କେତେକ ରେଡ କାର୍ପେଟରେ ନିଜର ଗ୍ଲାମର ଦେଖାଇ ଚର୍ଚ୍ଚାକୁ ଆସୁଥିବା ବେଳେ, ଅନ୍ୟମାନଙ୍କ ଚଳଚ୍ଚିତ୍ର ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ ପ୍ରିମିୟର ହେଉଛି । କାନ୍ସରେ ରେଡ କାର୍ପେଟରେ ଭାରତୀୟ ମଡେଲ ଏବଂ ଅଭିନେତ୍ରୀ ରୁଚି ଗୁଜ୍ଜର ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା ତାଙ୍କର ନେକ୍‌ଲେସ୍ । ଏହାହାର ଡିଜାଇନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିଲା । ରୁଚି ଗୁଜ୍ଜର ୨୦୨୩ ମସିହାରେ ମିସ ହରିୟାଣା ହୋଇଥିଲେ । ସେ ଜଣେ ମଡେଲ ଏବଂ ଅଭିନେତ୍ରୀୟ ଗ୍ଲାମର ବ୍ୟତୀତ, ରୁଚି ଗୁଜ୍ଜର ଭାରତର ମନୋରଞ୍ଜନ ଶିଳ୍ପରେ ନିଜର ଛାପ ଛାଡିଛନ୍ତି । ରୁଚି ଜୟପୁରର ମହାରାଣୀ କଲେଜରୁ ସ୍ନାତକ ହାସଲ କରିଛନ୍ତି । ଏହା ପରେ, ସେ ଅଭିନୟ ଜଗତରେ କ୍ୟାରିଅର କରିବାର ସ୍ୱପ୍ନ ପୂରଣ କରିବା ପାଇଁ ମୁମ୍ବାଇ ଆସିଥିଲେ । ରୁଚି ଗୁଜର୍ \”ଜବ ତୁ ମେରୀ ନା ରହୀ\’ ଏବଂ \”ହେଲି ମେଁ ଚୋର\’ ଭଳି ମ୍ୟୁଜିକ ଭିଡିଓରେ ଅଭିନୟ କରିଛନ୍ତି । ରୁଚିଙ୍କ ପାଇଁ ଏଠାକୁ ପହଞ୍ଚିବା ଯାତ୍ରା ସହଜ ନ ଥିଲା । ରୁଚି ରାଜସ୍ଥାନର ଏକ ଗୁଜ୍ଜର ପରିବାରରେ ଜନ୍ମଗ୍ରହଣ କରିଥିଲେ । ଗ୍ଲାମର ଦୁନିଆରେ କ୍ୟାରିଅର ଗଢ଼ିବାକୁ ତାଙ୍କୁ ପ୍ରଥମେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା । ଏକ ସାକ୍ଷାତକାରରେ ରୁଚି କୁହନ୍ତି, ଯେହେତୁ ମୁଁ ଏକ ଗୁଜ୍ଜର ପରିବାରର, ମୁଁ ଯେଉଁ କ୍ଷେତ୍ରରେ କାମ କରୁଛି ସେଠାରେ ମହିଳାଙ୍କୁ ଏ ଲାଇନରେ ଆସିବାକୁ ଅନୁମତି ନାହିଁ । ବଲିଉଡରେ କାମ କରୁଥିବା ମହିଳାଙ୍କ ବିଷୟରେ ଲୋକଙ୍କ ଚିନ୍ତାଧାରା ବଦଳାଇବା କଷ୍ଟକର ଥିଲା । ମୁଁ ମୋ ସମ୍ପ୍ରଦାୟରେ ଏକ ପ୍ରେରଣା ହେବାକୁ ଚାହୁଁଛି, ଯିଏ ଲୋକଙ୍କ ଭାବନା ବିରୋଧରେ ଲଢ଼ିବ । ମୁଁ ମୋ ସମ୍ପ୍ରଦାୟର ଏକମାତ୍ର ବ୍ୟକ୍ତି ଯିଏ ବଲିଉଡ ଇଣ୍ଡଷ୍ଟ୍ରିରେ ପହଞ୍ଚିଛି । ମୋ
ଯାତ୍ରାରେ ବାପାଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିଥିଲା । ଏବେ ମୋ ପୂରା ପରିବାର ମୋତେ ସମର୍ଥନ କରୁଛନ୍ତି ।

Comments (0)
Add Comment