ନୂଆଦିଲ୍ଲୀ, : ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ବୁଧବାର ହୋଇଥିବା ଏହି ଏନକାଉଣ୍ଟରରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପୋଲିସ ଏନକାଉଣ୍ଟରରେ
୩ ଜଣ ମହିଳା ନକ୍ସଲଙ୍କୁ ହତ୍ୟା କରିଛି । ସୂଚନା ଅନୁଯାୟୀ, ପୋଲିସର ଏହି ଅପରେସନରେ ଅନେକ ନକ୍ସଲ ଆହତ ହୋଇଥିବା ଜଣାପଡିଛି । ଜଣେ ଅଧିକାରୀ ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ସେୟାର କରିଛନ୍ତି । ଅତିରିକ୍ତ ପୋଲିସ ଅଧୀକ୍ଷକ ବିଜୟ ଡାବରଙ୍କ ଅନୁଯାୟୀ, ମଧ୍ୟପ୍ରଦେଶ ପୋଲିସର ନକ୍ସଲ ବିରୋଧୀ \’ହକ୍ ଫୋର୍ସ\’ ଏବଂ ସ୍ଥାନୀୟ ପୋଲିସ ଟିମ୍ ଛତିଶଗଡ଼ ରାଜ୍ୟ ସୀମା ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଏହି ଅପରେସନ ଆରମ୍ଭ କରିଥିଲେ ।
ବାଲାଘାଟ ଜିଲ୍ଲାର ମୁଖ୍ୟାଳୟରୁ ୯୦ କିଲୋମିଟର ଦୂରରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଏନକାଉଣ୍ଟର
ହୋଇଥାଏ । ଏହି ଏନକାଉଣ୍ଟରରେ ତିନି ଜଣ ମହିଳା ନକ୍ସଲ ନିହତ ହୋଇଛନ୍ତି । ଏ ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ପୋଲିସ ପକ୍ଷରୁ ଜାରି ଏକ ବିବୃତ୍ତରେ କୁହାଯାଇଛି ଯେ, ପୋଲିସ ଘଟଣାସ୍ଥଳରୁ ଗୋଟିଏ ରାଇଫଲ୍, ଗୋଟିଏ ସେଲ୍ଫ-ଲୋଡିଂ ରାଇଫଲ୍ (ଝଖଜ) ଏବଂ ଗୋଟିଏ ୩୦୩ ରାଇଫଲ୍ ଏବଂ ଦୈନନ୍ଦିନ
ବ୍ୟବହାରର ଜିନିଷପତ୍ର ଜବତ କରିଛି । ଏହି ଏନକାଉଣ୍ଟର ସମୟରେ କିଛି ନକ୍ସଲ ମଧ୍ୟ ଆହତ ହୋଇଛନ୍ତି ।
ତଥାପି, ସେମାନେ ଖସି ପଳାଇବାରେ ସଫଳ ହୋଇଥିଲେ । ତେବେ ଫେରାର ନକ୍ସଲଙ୍କୁ ଧରିବା ପାଇଁ ୧୨ଟି ପୋଲିସ ଦଳ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ।