ଭାରତ ବିରୁଦ୍ଧରେ ୨୭ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପଙ୍କ ଘୋଷଣା

ନୂଆଦିଲ୍ଲୀ,: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୁଦ୍ଧରେ ୨୭ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି । ଭାରତ ସହିତ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ମଧ୍ୟ ଟ୍ରମ୍ପଙ୍କ ଟାର୍ଗେଟରେ ଆସିଛନ୍ତି । ତଥାପି, ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଭାରତ ପାଇଁ ବିପଦ ବଦଳରେ ସୁବର୍ଣ୍ଣ ସୁଯୋଗ ପ୍ରମାଣିତ ହୋଇପାରେ । ତେବେ ଏହି ପାରସ୍ପରିକ ଶୁଳ୍କ ବା ଟାରିଫ ଭାରତ ଉପରେ କେତେ ପ୍ରଭାବ ପକାଇବ । ଟାରିଫ ଏକ ପ୍ରକାର କର ଅଟେ, ଯାହାକି କୌଣସି ବସ୍ତୁର ଆମଦାନୀ ଉପରେ ଲାଗୁ କରାଯାଇଥାଏ । ବିଭିନ୍ନ ବସ୍ତୁର ଆମଦାନୀ କରୁଥିବା ଦେଶକୁ ଏହି କର ଦେବାକୁ ପଡ଼ିଥାଏ । ସାଧାରଣତଃ କମ୍ପାନୀ ଗୁଡ଼ିକ ଟାରିଫ ବୋଝକୁ ଗ୍ରାହକଙ୍କ ଉପରେ ଲଦି ଦେଇଥାଏ । ପାରଷ୍ପରିକ ଟାରିଫ ହେଉଛି କୌଣସି ରାଷ୍ଟ୍ର ଅନ୍ୟ ଦେଶ ଉପରେ ସେତିକି ଟାରିଫ ଲଗାଇବ, ଯେତିକି ସେହି ଦେଶ ଏହା ଉପରେ ଲଗାଇଛି । ଟ୍ରମ୍ପ ମଧ୍ୟ ଅନ୍ୟ ଦେଶ ଗୁଡ଼ିକ ଉପରେ ପାରଷ୍ପରିକ ଟାରିଫ ପାଇଁ ଧମକ ଦେଇଥିଲେ । ସେ କହିଥିଲେ ଯେ, \’ଆମେ ମଧ୍ୟ ଅନ୍ୟ ଦେଶ ଉପରେ ସେତିକି ଟାରିଫ ଲଗାଇବୁ, ଯେତିକି ସେମାନେ ଆମର ଉତ୍ପାଦ ଗୁଡ଼ିକ ଉପରେ ଲଗାଇଛନ୍ତି ।\’ ଭାରତରୁ ଆମେରିକାକୁ ରପ୍ତାନୀ କରାଯାଉଥିବା ଉତ୍ପାଦ ଯଥା ଷ୍ଟିଲ, ଆଲୁମିନିୟମ ଏବଂ ଅଟୋ ଉପରେ ପୂର୍ବରୁ ୨୫ ପ୍ରତିଶତ ଟାରିଫ ଲାଗୁଛି । ଅତିରିକ୍ତ ଉତ୍ପାଦ ଗୁଡ଼ିକ ଉପରେ ୫-୮ ଏପ୍ରିଲ ମଧ୍ୟରେ ୧୦ ପ୍ରତିଶତ ଟାରିଫ ଲାଗିବ । ଏହା ପରେ ୯ ଏପ୍ରିଲରୁ ଭାରତର ଉତ୍ପାଦ ଉପରେ ୨୭ ପ୍ରତିଶତ ଟାରିଫ ଲାଗୁହେବ । ଆମେରିକାର ଟାରିଫ ବାରରେ ୬୦ରୁ ଅଧିକ ଦେଶ ପ୍ରଭାବିତ ହେବେ । ଆମେରିକା ଦାବି କରୁଛି ଯେ ଏହି ଶୁଳ୍କ ଆମେରିକାରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବ ଏବଂ ବାଣିଜ୍ୟ ନିଅଣ୍ଟ ହ୍ରାସ କରିବ । ଆମେରିକା ଅନେକ ଦେଶ ସହିତ ବ୍ୟାପକ ବାଣିଜ୍ୟ ଅସନ୍ତୁଳନର ସମ୍ମୁଖୀନ ହେଉଛି । ଚୀନ୍ ସହିତ ଆମେରିକାର ବାଣିଜ୍ୟ ନିଅଣ୍ଟ ବହୁତ ବଡ଼ । ୨୦୨୩-୨୪ ମସିହାରେ ଭାରତ ସହିତ ସାମଗ୍ରୀ ବାଣିଜ୍ୟରେ ଆମେରିକାର ବିତ୍ତିୟ ନିଅଣ୍ଟ ୩୫.୩୧ ବିଲିୟନ ଡଲାର ଥିଲା । ଥିଙ୍କ୍ଟ୍ୟାଙ୍କ୍ ଜିଟିଆର୍‌ଆଇ ଅନୁସାରେ ଅତ୍ୟାବଶ୍ୟକ ଏବଂ ରଣନୈତିକ ସାମଗ୍ରୀଗୁଡ଼ିକୁ ଶୁଳ୍କରୁ ଛାଡ଼ କରାଯାଇଛି । ଯେପରିକି ଫାର୍ମା, ସେମିକଣ୍ଡକ୍ଟର, ତମ୍ବା ଏବଂ ଇନ୍ଧନ, ଗ୍ୟାସ, କୋଇଲା ଏବଂ ଏଲଏନଜି ପରି ଶକ୍‌ତି ଉତ୍ପାଦ ଆଦି ଏଥିରେ ସାମିଲ । ଭାରତ ସରକାରଙ୍କର ଅଧିକାରୀମାନଙ୍କର ସୂଚନା ଅନୁସାରେ, ବାଣିଜ୍ୟ ମନ୍ତ୍ରାଳୟ ଆମେରିକା ଦ୍ୱାରା ଭାରତ ଉପରେ ଲଗାଯାଇଥିବା ୨୭ ପ୍ରତିଶତ ଟାରିଫର ପ୍ରଭାବର ବିଶ୍ଳେଷଣ କରାଯିବ । ଅବଶ୍ୟ ଏହାର କଡ଼ା ପ୍ରଭାବ ପଡ଼ିବ ନାହିଁ ।

Comments (0)
Add Comment