ବିଏସଏଫ ଗୁଳିରେ ପାକ୍‌ ଅନୁପ୍ରବେଶକାରୀ ମୃତ

ନୂଆଦିଲ୍ଲୀ, : ସ୍ୱାଧୀନତା ଦିବସକୁ ନେଇ ଆଜିକାଲି ସୀମାରେ ସତର୍କତା ଜାରି ରହିଛି । ଗୁରୁବାର ରାତିରେ ଜଣେ ପାକିସ୍ତାନୀ  ଅନୁପ୍ରବେଶକାରୀ ଅମୃତସର ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ଗୁଳିରେ ନିହତ ହୋଇଛି । ଜାନୁଆରି ୯ ତାରିଖ ରାତିରେ ଡ୍ୟୁଟିରେ ଥିବା ସତର୍କ ବିଏସଏଫ ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ସନ୍ଦେହଜନକ ଗତିବିଧି ଦେଖିଥିଲେ, ଯିଏ କୁହୁଡ଼ି ଆଳରେ ଗୁପ୍ତଭାବରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଅମୃତସର ଜିଲ୍ଲାର କୋଟରାଜଦା ଗ୍ରାମ ନିକଟ ସୀମା ସୁରକ୍ଷା ବାଡ଼ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲା । ସତର୍କ ବିଏସଏଫ ଯବାନମାନେ ତୁରନ୍ତ ଅନୁପ୍ରବେଶକାରୀଙ୍କୁ ଚେତାବନୀ ଦେଇଥିଲେ କିନ୍ତୁ ସେ ଏହି ଚେତାବନୀକୁ ଅଣଦେଖା କରି ସୀମା ବାଡ଼ ଆଡକୁ ଅଗ୍ରଗତି ଜାରି ରଖିଥିଲା । ବାରମ୍ବାର ଚେତାବନୀ ସତ୍ତ୍ୱେ ଅନୁପ୍ରବେଶକାରୀ ମାନନଥିଲା । ଜୀବନ ଓ ନିରାପତ୍ତା ପ୍ରତି ସମ୍ଭାବ୍ୟ ବିପଦ ଅନୁଭବ କରି ଡ୍ୟୁଟିରେ ଥିବା ଯବାନମାନେ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲେ ଏବଂ ଅନୁପ୍ରବେଶକାରୀ ଘଟଣା ସ୍ଥଳରେ ନିହତ ହୋଇଥିଲା । ଅନୁପ୍ରବେଶକାରୀର ମୃତଦେହ ନିକଟରୁ ୪୦୦ ପାକିସ୍ତାନୀ ଟଙ୍କା, ଗୋଟିଏ ମାଚିସବକ୍ସ, ଗୋଟିଏ ତମାଖୁ ପ୍ୟାକେଟ୍ ଏବଂ ଏକ ଛୋଟ ବ୍ୟାଗ୍ ଜବତ କରାଯାଇଥିଲା ।

Comments (0)
Add Comment