ନୂଆଦିଲ୍ଲୀ,: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିବାର ଫଟୋ ସୋସିଆଲ ମିଡ଼ିଆ ଏକ୍ସ ରେ ପୋଷ୍ଟ କରିବା ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଲେଖିଛନ୍ତି
ଯେ, ରାଷ୍ଟ୍ରର ଉନ୍ନତିର ମହାଯଜ୍ଞରେ ଯାଜ୍ଞିକର ଭୂମିକା ନିର୍ବାହନ କରୁଥିବା, ଗ୍ଲୋବାଲ ପ୍ଲାଟଫର୍ମରେ ମା ଭାରତୀର କୀର୍ତ୍ତି ପତକା ଲହରାଇ ସମସ୍ତ ବିଶ୍ୱବାସୀଙ୍କୁ ଗୌରାବାନ୍ୱିତ କରିଥିବା ମହାନ୍ ଯୁଗଦ୍ରଷ୍ଟା, ଦେଶର ସମଗ୍ର ବିକାଶ ନିମନ୍ତେ ଅର୍ହନିଶି ସମର୍ପିତ ରହିଥିବା ରାଷ୍ଟ୍ରଋଷି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀରେ ଭେଟି ବିଭିନ୍ନ ବିଷୟରେ ମାର୍ଗଦର୍ଶନ ପ୍ରାପ୍ତ କରିଛି । ଏହି ଅବସରରେ ତାଙ୍କୁ ମଲାରୀ(ଚମୋଲି) ଅଞ୍ଚଳର ପ୍ରସିଦ୍ଧ ହସ୍ତନିର୍ମିତ ଶାଲ ଏବଂ ପିଥୌରାଗଡ଼ ସ୍ଥିତ ନାରାୟଣ ଆଶ୍ରମର ପ୍ରତିକୃତି ଭେଟ କରିଥିଲି ।