ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ତାଙ୍କ ପତ୍ନୀଙ୍କୁ ଜେଲ୍‌

ଇସଲାମାବାଦ,: ଅଲକାଦିର ଟ୍ରଷ୍ଟ ସହ ଜଡିତ ଜମି ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲଦଣ୍ଡ ଦିଆଯାଇଛି ଏହା ବ୍ୟତୀତ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୭ ବର୍ଷ ଜେଲଦଣ୍ଡ ଦିଆଯାଇଛି । ରାୱଲପିଣ୍ଡିର ଦୁର୍ନୀତି ନିବାରଣ କୋର୍ଟରେ ଏହି ନିଷ୍ପତ୍ତି ଦିଆଯାଇଥିଲା । ଯେଉଁଠାରେ ଇମ୍ରାନ ଖାନ ଅଗଷ୍ଟ ୨୦୨୩ ଠାରୁ ଜେଲରେ ଅଛନ୍ତି । ଖାନଙ୍କ ସହିତ ତାଙ୍କ ପତ୍ନୀ ବୁଶରା ବିବି ଏବଂ ଅନ୍ୟ ଛଅ ଜଣଙ୍କୁ ଏହି ମାମଲାରେ ଅଭିଯୁକ୍ତ କରାଯାଇଥିଲା । ଯାହାଙ୍କ ମଧ୍ୟରୁ ଅଧିକାଂଶ ଦେଶ ବାହାରେ ଅଛନ୍ତି । କୋର୍ଟ ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କ ଉପରେ ୧୦ଲକ୍ଷ ଏବଂ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି । ବିଚାରପତି ନାସିର ଜାଭେଦ ରାଣା ଆଦିଲା ଜେଲରେ ସ୍ଥାପିତ ଏକ ଅସ୍ଥାୟୀ କୋର୍ଟରେ ଏହି ରାୟ ଶୁଣାଇଛନ୍ତି । ଏହି ନିଷ୍ପତ୍ତିକୁ ତିନିଥର ସ୍ଥଗିତ ରଖାଯାଇଥିଲା । ଜାତୀୟ ଆକାଉଣ୍ଟେ ବିଲିଟି ବ୍ୟୁରୋ ଡିସେମ୍ବର ୨୦୨୩ରେ ଖାନ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲା । ଯେଉଁଥିରେ ସେମାନେ ଜାତୀୟ ରାଜକୋଷକୁ ୧୯୦ ନିୟୁତ ପାଉଣ୍ଡ (ପ୍ରାୟ ୫୦ ବିଲିୟନ ପିଏକେ) କ୍ଷତି ପହଞ୍ଚାଇବାର ଅଭିଯୋଗ ଆଣିଥିଲେ ।

Comments (0)
Add Comment