ଚାଷୀଙ୍କ ପାଇଁ ଖୁସି ଖବର ୨୪ରେ ଆକାଉଣ୍ଟକୁ ଯିବ ଟଙ୍କା

ନୂଆଦିଲ୍ଲୀ,: ଦେଶର ୯.୮ କୋଟି ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୪ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଅଧୀନରେ ଚାଷୀମାନଙ୍କୁ ୧୯ତମ କିସ୍ତି ପ୍ରଦାନ କରିବେ । ଏହା
ଅଧୀନରେ ପ୍ରାୟ ୨୨,୦୦୦ କୋଟି ଟଙ୍କା ପଠାଯିବ, ଯାହା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ । ପ୍ରଧାନମନ୍ତ୍ରୀ-କିଷାନ ଯୋଜନା ଅଧୀନରେ, ପ୍ରତ୍ୟେକ ହିତାଧିକାରୀ ଚାଷୀଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାର ତିନୋଟି ସମାନ କିସ୍ତିରେ ବାର୍ଷିକ ୬,୦୦୦ ଟଙ୍କା ଦିଆଯାଏ । ଶୁକ୍ରବାର ଏହି ସୂଚନା ଦେଇ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ
କହିଛନ୍ତି, ପ୍ରଧାନମନ୍ତ୍ରୀ ଫେବୃଆରୀ ୨୪ରେ ବିହାରର ଭାଗଲପୁରରେ ଏକ କାର୍ଯ୍ୟକ୍ରମରେ ପିଏମ-କିଷାନର ୧୯ତମ କିସ୍ତି ଜାରି କରିବେ । ଏହି ରାଶି ସିଧାସଳଖ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ୧୮ତମ କିସ୍ତିରେ
ହିତାଧିକାରୀଙ୍କ ସଂଖ୍ୟା ୯.୬ କୋଟି ବୃଦ୍ଧି ପାଇଛି । ଫେବୃଆରୀ ୨୦୧୯ରେ ଆରମ୍ଭ ହୋଇଥିବା ପିଏମ୍ କିଷାନ ହେଉଛି ବିଶ୍ୱର ସର୍ବବୃହତ ଡ଼ିବିଟି ଯୋଜନା । ଏହି ଯୋଜନା ଚାଷୀମାନଙ୍କୁ ବିହନ ଏବଂ ସାର କିଣିବା ପାଇଁ ସେମାନଙ୍କର ଖର୍ଚ୍ଚ ପୂରଣ କରିବାରେ ସାହାଯ୍ୟ କରିଛି । ଚାଷୀ ସମାଜର ଆୟ ବୃଦ୍ଧି କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ, ପ୍ରତ୍ୟେକ ହିତାଧିକାରୀ ପ୍ରତି ଚାରି ମାସରେ ୨୦୦୦ ଟଙ୍କାର ତିନୋଟି ସମାନ କିସ୍ତିରେ ବାର୍ଷିକ ୬,୦୦୦ ଟଙ୍କାର ଲାଭ ପାଆନ୍ତି । ସରକାର
ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ମୋଟ ୩.୪୬ ଲକ୍ଷ କୋଟି ଟଙ୍କା ବଣ୍ଟନ କରିସାରିଛନ୍ତି ଏବଂ ୧୦ତମ କିସ୍ତି ଜାରି ହେବା ପରେ ଏହି ସଂଖ୍ୟା ୩.୬୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ।

Comments (0)
Add Comment