କରୋନାରେ ଚାଲିଗଲେ ବାଜପେୟୀଙ୍କ ଭାଣିଜୀ

ରାୟପୁର, ୨୭ ।୪ : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଭାଣଜୀ କରୁଣା ଶୁକ୍ଲାଙ୍କ ପରଲୋକ ହୋଇଛି । ସେ କୋଭିଡ-୧୯ ଆକ୍ରାନ୍ତ ଥିଲେ ଓ ରାୟପୁର ରାମକୃଷ୍ଣ କେୟାର ହସ୍ପିଟାଲରେ ତାଙ୍କର ଚିକିତ୍ସା ହେଉଥିଲା । ୨୬ ଏପ୍ରିଲ ବିଳମ୍ବିତ ରାତ୍ରୀରେ ତାଙ୍କର ପରଲୋକ ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଙ୍ଗଳବାର ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି । ପୂର୍ବତନ ସାଂସଦ ତଥା କଂଗ୍ରେସ ନେତ୍ରୀ କରୁଣା ଶୁକ୍ଳାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍. ସିଂହଦେଓ ଏବଂ ଅନ୍ୟ ନେତାମାନେ ଗଭୀର ଶୋକ ପ୍ରକଟ କରିଛନ୍ତି । ଗତ ୨୦୧୪ ନିର୍ବାଚନରେ ବିଜେପି ଶୁକ୍ଲାଙ୍କୁ ଟିକେଟ୍ ଦେଇନଥିଲା । ଏଣୁ ସେ ଅଭିମାନରେ ଦଳ ଛାଡି କଂଗ୍ରେସରେ ଯୋଗଦେଇଥିଲେ । କରୁଣା ଶୁକ୍ଳା ଦୀର୍ଘ ୩୦ବର୍ଷ କାଳ ବିଜେପି ସହ ଜଡିତ ରହିବା ବେଳେ ୨୦୦୪ ଲୋକସଭା ନିର୍ବାଚନରେ ଜାଞ୍ଜଗିରରୁ ସାଂସଦ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ନିର୍ବାଚନରେ ସେ କୋରବା ଲୋକସଭା କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିବା ବେଳେ୨୦୧୪ରେ କଂଗ୍ରେସ ହାଥ ଥାମିଥିଲେ । ସେବେଠାରୁ ସେ କଂଗ୍ରେସରେ କାର୍ଯ୍ୟକରୁଥିବା ବେଳେ ୨୦୧୮ ବିଧାନସଭା ନିର୍ବାଚନରେ ସେ ରମଣ ସିଂଙ୍କ ବିରୋଧରେ ରାଜନନ୍ଦଗାଓଁ ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ନିର୍ବାଚନରେ ସେ ପରାସ୍ତ ହୋଇଥିଲେ ତେବେ ରମଣ ସିଂଙ୍କ କଡା ମୁକାବିଲା କରିଥିଲେ ।

Comments (0)
Add Comment