ଓଡ଼ିଶାର ସ୍କୁଲ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ: ରାଜ୍ୟସରକାରଙ୍କ ଉଦ୍ୟମକୁ କଲେ ପ୍ରଶଂସା

ନୂଆଦିଲ୍ଲୀ,: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଶାର ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି ଯେଉଁଥିରେ ରାଜ୍ୟରେ ସ୍କୁଲ ଶିକ୍ଷାର ବିଭିନ୍ନ ପଦକ୍ଷେପ ଉପରେ ବିସ୍ତାର ଭାବେ ଆଲୋଚନା କରାଯାଇଛି । ବୈଠକରେ ସ୍କୁଲ ଭିତ୍ତିଭୂମିର ଉନ୍ନତ, ପାଠ୍ୟପୁସ୍ତକ ବିକାଶ, ଶିକ୍ଷକ ପ୍ରଶିକ୍ଷଣ ଓ ଜାତୀୟ ଶିକ୍ଷା ନୀତି ୨୦୨୦ର କ୍ରିୟାନ୍ୱୟନ ପରି ବିଷୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । କେନ୍ଦ୍ରୀୟ ମନ୍ତ୍ରୀ ଓଡିଶା ସ୍କୁଲ ଏବଂ ଗଣ
ଶିକ୍ଷା ବିଭାଗ ଦ୍ୱାରା ଚାଲୁଥିବା ଘରେ ଘରେ ସର୍ବେକ୍ଷଣ କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି, ଯାହାକି ବିଦ୍ୟାଳୟ ଛାଡ଼ିଦେଇଥିବା ଶିଶୁମାନଙ୍କୁ ଚିହ୍ନଟ କରିବା ପାଇଁ କରାଯାଉଛି । ସେ କହିଛନ୍ତି ଯେ, ଏହି ପଦକ୍ଷେପ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ମୁଖ୍ୟଧାରାରେ ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ନିଜ ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି, \”ଓଡିଶାରେ ଡବଲ ଇଞ୍ଜିନ ସରକାର ମିଶନ ମୋଡ୍‌ରେ କାମ କରୁଛି, ଯାହା ଦ୍ୱାରା ଗୁଣବତ୍ତାପୂର୍ଣ୍ଣ ଶିକ୍ଷାର ସାର୍ବଜନୀନ ପହଂଚିବା ସୁନିଶ୍ଚିତ ହେଉ, ସମାନତାକୁ ବୃଦ୍ଧି ମିଳୁ ଏବଂ ଶିଶୁମାନଙ୍କର ପୋଷଣ ଓ ଶିକ୍ଷାଗତ ମାନଦଣ୍ଡରେ ସୁଧାର ଆଣୁ ।’ ସମୀକ୍ଷାରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଓ ସମଗ୍ର ଶିକ୍ଷା ପରି ପ୍ରମୁଖ ଯୋଜନାଗୁଡ଼ିକର ପ୍ରଗତି ବିଷୟରେ ଆଲୋଚନା ହୋଇଛି । ଏହାସହିତ, ନୂତନ ଜାତୀୟ ପାଠ୍ୟକ୍ରମ ଢଂଚା ଅନୁଯାୟୀ ପାଠ୍ୟପୁସ୍ତକ ଓ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରତି ଜୋର ଦିଆଯାଇଛି । ବିଶେଷତଃ ଓଡିଶାର ସ୍ଥାନୀୟ ଓ ସାଂସ୍କୃତିକ ବିଶେଷତାକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପ୍ରୟାସକୁ ବି ପ୍ରଶଂସା କରାଯାଇଛି, ଯାହା ଛାତ୍ରଛାତ୍ରୀଙ୍କୁ ରାଜ୍ୟର ପରିଚୟ ସହିତ ଯୋଡିହୋଇ ଶିଖିବାର ପ୍ରକ୍ରିୟାକୁ ଅଧିକ କାର୍ଯ୍ୟକାରୀ କରାଯାଇପାରିବ ।କେନ୍ଦ୍ର ମନ୍ତ୍ରୀ ଏହା ବି ଆଶ୍ୱସ୍ତ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡିଶାର ଶିକ୍ଷା ପ୍ରଣାଳୀକୁ ୨୧ତମ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ଆଧୁନିକ ଓ ପ୍ରଗତିଶୀଳ କରିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରତିବଦ୍ଧ । ସେ କହିଛନ୍ତି, \”ଆମେ ବିକାଶଶୀଳ ଓଡିଶା ଓ ବିକାଶଶୀଳ ଭାରତ ଲକ୍ଷ୍ୟ ପ୍ରତି ନିରନ୍ତର କାର୍ଯ୍ୟ କରୁଛୁ ।’

Comments (0)
Add Comment