ଇତିହାସ ରଚିଲା ଇସ୍ରୋ : ଶ୍ରୀହରିକୋଟାରୁ ଲଞ୍ଚ ହେଲା ନାବିକ

ISRO made history: Sailor launched from Sriharikota

ନୂଆଦିଲ୍ଲୀ, : ନୂଆ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଶ୍ରୀହରିକୋଟାରୁ ୧୦୦ତମ ଉତ୍‌କ୍ଷେପଣ ସହ ଶତକ ହାସଲ କରିଛି । ଅପଗ୍ରେଡ୍ ହେବ ଭାରତର ନାବିକ ସାଟେଲାଇଟ୍ । ଆଜି ସକାଳ ୬ଟା ୨୩ରେ ନାବିକ୍‌ଟୁ ମିଶନ ଲଞ୍ଚ ହୋଇଛି । ଶ୍ରୀହରିକୋଟାରୁ ଜିଏସଏଲଭି ରକେଟ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯାଇଛି । ନାବିକ୍ ହେଉଛି ଭାରତର ରିଜିଓନାଲ ନାଭିଗେସନ୍ ସାଟେଲାଇଟ୍‌ ସିଷ୍ଟମ୍ । ଏହା ଆମେରିକାର ଜିପିଏସ୍ ଭଳି କାର୍ଯ୍ୟ କରେ । କାରିଗିଲ ଯୁଦ୍ଧବେଳେ କାଶ୍ମୀରର ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଜିପିଏସ୍ କାର୍ଯ୍ୟକ୍ଷମ ହୋଇନପାରିବାରୁ ଭାରତୀୟ ସେନାକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଏହାପରେ ଭାରତ ସରକାର ଦେଶର ନିଜସ୍ୱ ଜିପିଏସ୍ ପ୍ରଚଳନ ପାଇଁ ନିଷ୍ପତ୍ତି ନେଇଥିଲେ । ୧୯୯୧ ମସିହାରେ ନାବିକ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାକୁ ୨୦୧୩ ମସିହାରେ ଉତ୍‌କ୍ଷେପଣ କରାଯାଇଥିଲା । ଆଜି ନାବିକ୍‌-ଟୁ ମିଶନ ଲଞ୍ଚ ହୋଇଛି । ଏହା କାର୍ଯ୍ୟକାରୀ ହେବା ପରେ ଯାନବାହନ , ଉଡାଜାହାଜ, ମୋବାଇଲ ଫୋନ୍ ଆଦିର ଅବସ୍ଥିତି ନିରୂପଣ କରିବା ଅଧିକ ସହଜ ହୋଇପାରିବ ।

Comments (0)
Add Comment