ଆମୋନିଆ ଗ୍ୟାସ୍ ଟାଙ୍କୀ ଫାଟି ଚାରି ଅସୁସ୍ଥ

ପାରାଦୀପ :-ଫାଟିଲା ଆମୋନିଆ ଗ୍ୟାସ ଟାଙ୍କୀ , ଲିକ୍ ହେଲା ଗ୍ୟାସ , ଚାରି ଅସୁସ୍ଥ, ଲିକେଜ୍ ଗ୍ୟାସ କୁ ଆୟତ କରିବା ପାଇଁ ନିୟୋଜିତ ଅଗ୍ନିଶମ ବାହିନୀ। ଘଟଣା ସ୍ଥଳରେ ଅନୁଧ୍ୟାନ କଲେ ପ୍ରଶାସନ। ଘଟଣା ଘଟିଛି ପାରାଦୀପ ଗଡ ଇଣ୍ଡରଷ୍ଟିଆଲ୍ ଏରିଆରେ। ଆମୋନିଆ ଗ୍ୟାସ ଲିକ୍ ହୋଇ ୪ ଜଣ ଅସୁସ୍ଥ। ପାରାଦୀପ ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଘଟିଛି ଘଟଣା। ପାରାଦ୍ଵୀପ ଗଡ ଆଇସ୍ ଫ୍ୟାକ୍ଟ୍ରି ରେ ଗ୍ୟାସ ଟାଙ୍ଗୀ ଫାଟି ଲିକେଜ୍ ହୋଇଛି ଆମୋନିଆ ଗ୍ୟାସ। ସ୍ଥାନୀୟ ଅଞ୍ଚଳରେ ଆମୋନିଆ ଗ୍ୟାସ ର ପ୍ରଭାବରେ ଆଖି ଓ ନାକ ପୋଡୁଥିବା ବେଳେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଥିଲେ। ଖବରପାଇ ଇଫ୍କୋ, ପିପିଏଲ୍ ଓ କୁଜଙ୍ଗ ର ୩ଟି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ଗ୍ୟାସ୍ କୁ ଆୟତ କରିଛନ୍ତି। ତେବେ କମ୍ପାନୀର ଆମୋନିଆ ଗ୍ୟାସ୍ ଟାଙ୍କୀ କମ୍ପାନୀ ପରିସରରେ ଥିବା ବେଳେ ଟାଙ୍କୀ ଫାଟି ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା। ତେବେ ଗ୍ୟାସ୍ କୁ ସମ୍ପୂର୍ଣ୍ଣ ଆୟତ କରା ଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ଓ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ପାରାଦୀପ ଆଇସ୍ ଫ୍ୟାକ୍ଟରୀ ର କାଗଜପତ୍ର ଯାଞ୍ଚ କରୁଛି।
Comments (0)
Add Comment