ଅକ୍ଟୋବର ସୁଦ୍ଧା \”ଭାରତ ତିଆରି\’ ଚିପ୍‌

ନୂଆଦିଲ୍ଲୀ,: ସ୍ମାର୍ଟଫୋନଠାରୁ ଆରମ୍ଭ କରି କମ୍ପ୍ୟୁଟର ପର୍ଯ୍ୟନ୍ତ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ବ୍ୟବହାର ହେଉଥିବା ଏକ ପ୍ରମୁଖ ଉପାଦାନ ହେଉଛି ଚିପ୍ । ଏଥିପାଇଁ ଭାରତ ଆମଦାନି ଉପରେ ନିର୍ଭରଶୀଳ ରହିଛି । ତେବେ ଭାରତରେ ତିଆରି ହେଉଥିବା ପ୍ରଥମ ଚିପ୍ ଅକ୍ଟୋବର ସୁଦ୍ଧା ଆସିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ବେଙ୍ଗାଲୁରୁରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସକୁ ଗାଲିଅମ୍ ନାଇଟ୍ରାଇଡ୍ ଉପରେ ଗବେଷଣା କରିବା ଲାଗି କେନ୍ଦ୍ର ସରକାର ୩୩୪ କୋଟି ଟଙ୍କା ଦେଇଛନ୍ତି । ତାହା ହେଉଛି ସେମିକଣ୍ଡକ୍ଟର ଶିଳ୍ପର ଏକ ପ୍ରଯୁକ୍ତି ଯାହାକୁ ଟେଲିକମ୍ ଓ ବିଦ୍ୟୁତ୍ ଶକ୍ତି କ୍ଷେତ୍ରରେ ବ୍ୟବହାର କରାଯାଉଛି । ସରକାର ଏଥିପାଇଁ ଖୁବ୍‌ଶୀଘ୍ର ଏକ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍ ଆଣିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ପାୱାରଚିପ୍ ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ କର୍ପୋରେସନ୍‌ ସହଯୋଗରେ ଟାଟା ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଗୁଜରାଟର ଧୋଲେରାଠାରେ ଭାରତର ପ୍ରଥମ ସେମିକଣ୍ଡକ୍ଟର ଫ୍ୟାବ୍ କାରଖାନା ସ୍ଥାପନ କରାଯାଇଛି । ଗତବର୍ଷ ଜାନୁଆରୀରେ ଅନୁଷ୍ଠିତ ଡାଭୋସ୍ ସମ୍ମିଳନୀରେ ମନ୍ତ୍ରୀ ବୈଷ୍ଣବ କହିଥିଲେ ୨୦୨୪ ଡିସେମ୍ବର ସୁଦ୍ଧା ମେଡ୍ ଇନ୍ ଇଣ୍ଡିଆ ଚିପ୍ ଆସିବ । ୨୦୨୧ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକଣ୍ଡକ୍ଟର ଓ ଡିସ୍‌ପ୍ଲେ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ୭୬ ହଜାର କୋଟି ଟଙ୍କାର ଯୋଜନା ମଞ୍ଜୁର କରିଥିଲେ । ସେମିକଣ୍ଡକ୍ଟର, ଡିସ୍‌ପ୍ଲେ ଉତ୍ପାଦନ ଓ ଡିଜାଇନ୍‌ର ନିବେଶ କରୁଥିବା ସଂସ୍ଥାଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ସେହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା । ଡିଜିଟାଲ୍ ଇଣ୍ଡିଆ କର୍ପୋରେସନ୍ ଅଧୀନରେ ସରକାର ଇଣ୍ଡିଆ ସେମିକଣ୍ଡକ୍ଟର ମିସନ ନାମରେ ଏକ ସ୍ୱତନ୍ତ୍ର ଶାଖା ଗଠନ କରିଛନ୍ତି

Comments (0)
Add Comment