ସର୍ବଭାରତୀୟ ପୁଲିସ ହକି

ଭୁବନେଶ୍ୱର, : କଳିଙ୍ଗ ଷ୍ଟାଡିୟମ୍ ହକି ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତାରେ ମଙ୍ଗଳବାର ମୋଟ ୭ ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରେ ରହିଛି ପୁରୁଷ ବର୍ଗର ୬ ଏବଂ ମହିଳା ବର୍ଗର ଗୋଟିଏ ମ୍ୟାଚ୍ । ପ୍ରଥମ ମ୍ୟାଚରେ ଉତ୍ତରପ୍ରଦେଶ ପୁଲିସ ୯-୦ ଗୋଲରେ ମହାରାଷ୍ଟ୍ର ପୁଲିସ୍କୁତ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ କର୍ଣ୍ଣାଟକ ପୁଲିସ ୨୦- ୧ରେ ଗୁଜରାଟ ପୁଲିସକୁ ହରାଇଛି । ତୃତୀୟ ମ୍ୟାଚ୍ରେ ତେଲେଙ୍ଗାନା ପୁଲିସ ୯-୧ ଗୋଲ୍ରେ କେରଳ ପୁଲିସକୁ ଏବଂ ଚତୁର୍ଥ ମ୍ୟାଚ୍ରେ ସିଆର୍ପିଏଫ୍ ଦଳ ୨୧-୧ରେ ପୁଡୁଚେରୀ ପୁଲିସକୁ ହରାଇଛି । ପଞ୍ଚମ ମୁକାବିଲାରେ ଉତ୍ତରପ୍ରଦେଶ ମହିଳା ପୁଲିସ ୬-୧ ଗୋଲ୍ରେ ତାମିଲନାଡୁ ମହିଳା ପୁଲିସକୁ ହରାଇ ଅଭିଯାନ ଆରମ୍ଭ କରିଛି । ସେହିଭଳି ପଞ୍ଜାବ ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯାଇଥିବା ଷଷ୍ଠ ମ୍ୟାଚରେ ପଞ୍ଜାବ ୭-୧ରେ ଏବଂ ଏସ୍‌ଏସ୍ୱି ଓ ହରିୟାଣା ପୁଲିସ ମଧ୍ୟରେ ଖେଳଯାଇଥିବା ସପ୍ତମ ମ୍ୟାଚକୁ ହରିୟାଣା ଏକତରଫା ଭାବେ ୧୮- ୦ ଗୋଲରେ ଜିତି ନେଇଥିଲା । ମଙ୍ଗଳବାର ଦିନରେ ୪ ଏବଂ ସଂଧ୍ୟାରେ ୩ଟି ମ୍ୟାଚ୍‌ ଖେଳାଯାଇଥିଲା । ମଙ୍ଗଳବାର କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ,ଏସ୍ସିଆର୍ବି ନିର୍ଦ୍ଦେଶକ ଡ. ସନ୍ତୋଷ ବାଲା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗ) ଅରୁଣ ବୋଥ୍ରା ଏବଂ ଖୋର୍ଦ୍ଧା ଏସପି ସାଗରିକା ନାଥ, ଆୟୋଜନ କମିଟିର ଉପାଧ୍ୟକ୍ଷ ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର) ତଥା ଆୟୋଜନ କମିଟିର ଉପାଧ୍ୟକ୍ଷ ରାଜେଶ କୁମାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।

Comments (0)
Add Comment