ପୁଣି ପିଏସ୍‌ଏଲ ଛାଡ଼ି ଆଇପିଏଲରେ ଯୋଗଦେଲେ ଖେଳାଳ

ନୂଆଦିଲ୍ଲୀ, : ଆଇପିଏଲ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ଦଳକୁ ବଡ଼ ଝଟକା ଲାଗିଛି । ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍‌ ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି । ତେବେ ଏହି ସ୍ଥାନ ପୂରଣ କରିବା ପାଇଁ ପଞ୍ଜାବ କିଙ୍ଗ୍ସ ନେଇଛି ଏକ ବଡ଼ ନିଷ୍ପତ୍ତି । ଦଳ ମ୍ୟାକ୍ସୱେଲ୍‌ଙ୍କ ବଦଳରେ ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ମିଚେଲ ଓଭେନଙ୍କୁ ଅଣାଯାଇଛି, ଯିଏ ପାକିସ୍ତାନ ସୁପର ଲିଗ (ପିଏସଏଲ)ରେ ବାବର ଆଜମଙ୍କ ସାଥୀ ଖେଳାଳି ଭାବେ ଚର୍ଚ୍ଚାରେ ରହିଛନ୍ତି । ମିଚେଲ ଓଭେନ ପିଏସଏଲରେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଓ ଦକ୍ଷ ବୋଲିଂ ପାଇଁ ଜଣାଶୁଣା । ସେ ବାବର ଆଜମଙ୍କ ସହ ସମାନ ଦଳରେ ଖେଳି ଅନେକ ମ୍ୟାଚରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କର ଏହି ଅଭିଜ୍ଞତା ଓ ବିସ୍ଫୋରକ ଶୈଳୀ ପଞ୍ଜାବ କିଙ୍ଗ୍ସର ମଧ୍ୟମ କ୍ରମ ଓ ବୋଲିଂ ବିଭାଗକୁ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି । ପଞ୍ଜାବ କିଙ୍ଗ୍ସ ଏହି ପରିବର୍ତ୍ତନ ସମ୍ପର୍କରେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛି । ଦଳର ଅଧିନାୟକ ଓ କୋଚିଂ ଷ୍ଟାଫ ମିଚେଲଙ୍କୁ ନେଇ ବେଶ ଉତ୍ସାହିତ । ମ୍ୟାକ୍ସୱେଲଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ଏକ କ୍ଷତି, କିନ୍ତୁ \”ମିଚେଲ ଓଭେନଙ୍କ ଆଗମନ ଦଳକୁ ନୂଆ ଶକ୍ତି ଦେବ\’ ବୋଲି ଦଳ ପକ୍ଷରୁ କୁହାଯାଇଛି । ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗ୍ସ ଏକ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବ । ମିଚେଲ ଓଭେନଙ୍କ ପ୍ରଦର୍ଶନ ଉପରେ
ସମସ୍ତଙ୍କ ନଜର ରହିବ, କାରଣ ସେ ମ୍ୟାକ୍ସୱେଲଙ୍କ ସ୍ଥାନ ପୂରଣ କରି ଦଳକୁ କେଉଁ ଦିଗରେ ନେଇପାରିବେ, ତାହା ଦେଖିବା ବାକି ରହିଲା ।

Comments (0)
Add Comment