ନୂଆଦିଲ୍ଲୀ, : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜିନ୍ ୧୮ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି, ଏହା ମେ ୧୭ରେ ଆରସିବି ବନାମ କେକେଆରରୁ ଆରମ୍ଭ ହେବୟ ଫାଇନାଲ ମ୍ୟାଚ୍ ଜୁନ୍ ୩ ତାରିଖରେ ଖେଳାଯିବ । କିନ୍ତୁ ଏହା ପୂର୍ବରୁ ଦକ୍ଷିଣ
ଆଫ୍ରିକା କ୍ରିକେଟ ବୋର୍ଡ ଏକ ଝଟକା ଦେଇଛି । ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ବିଶ୍ୱ ଟେଷ୍ଟ ·ମ୍ପିଅନସିପରେ
ସାମିଲ ଥିବା ଖେଳାଳିମାନଙ୍କୁ ମେ ୨୬ ସୁଦ୍ଧା ଫେରିବାକୁ କହିଛି, ଏହା ପ୍ଲେଅଫ୍ ଦୌଡ଼ରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ, ଆରସିବି, ଗୁଜରାଟ ଟାଇଟାନ୍ସ, ପଞ୍ଜାବ କିଙ୍ଗ୍ସ ସମେତ ୬ଟି ଦଳକୁ କ୍ଷତି ପହଞ୍ଚାଇବ । ଆଇସିସି ବିଶ୍ୱ ଟେଷ୍ଟ ·ମ୍ପିଅନସିପର ଶେଷ ମ୍ୟାଚ୍ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଟାଇଟଲ ମ୍ୟାଚ୍ ୧୧ ରୁ ୧୫ ଜୁନ୍
ପର୍ଯ୍ୟନ୍ତ ଲର୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । କ୍ରିକେଟ ଦକ୍ଷିଣ ଆଫ୍ରିକା ଦଳରେ ସାମିଲ ଥିବା ଖେଳାଳି ମାନଙ୍କୁ ମେ ୨୬ ସୁଦ୍ଧା ଫେରିବାକୁ ନିଦେ୍ର୍ଦଶ ଦେଇଛି । ଏହା ଏଥିପାଇଁ ଯେ ଖେଳାଳିମାନେ ବିଶ୍ୱ ଟେଷ୍ଟ ·ମ୍ପିଅନସିପ ଫାଇନାଲର ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ । ପ୍ରକାଶଥାଉକି, ଆଇପିଏଲ ୨୦୨୫ରେ ମୋଟ ୨୦ ଜଣ
ଦକ୍ଷିଣ ଆଫ୍ରିକୀୟ ଖେଳାଳି ବିଭିତ୍ତ ଦଳ ସହିତ ଜଡିତ ଅଛନ୍ତିୟ କିନ୍ତୁ ଏମାନଙ୍କ ମଧ୍ୟରୁ ୮ ଜଣ ଖେଳାଳି ବିଶ୍ୱ ଟେଷ୍ଟ ·ମ୍ପିଅନସିପ ଫାଇନାଲ୍ ସ୍କ୍ୱାଡ୍ର ଅଂଶୟ ଏମାନଙ୍କ ମଧ୍ୟରୁ ୨ ଜଣ ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅଛନ୍ତି । କର୍ବିନ ବୋଶ (ମୁମ୍ବାଇ ଇଣ୍ଡିଆନ୍ସ), ରିଆନ ରିକେଲଟନ (ମୁମ୍ବାଇ ଇଣ୍ଡିଆନ୍ସ), ୱାଇଆନ ମୁଲଡର (ସନରାଇଜର୍ସ
ହାଇଦ୍ରାବାଦ), ମାର୍କୋ ଜାନସେନ (ପଞ୍ଜାବ କିଙ୍ଗସ), ଏଡେନ ମାର୍କରାମ (ଲକ୍ଷ୍ନୌ ସୁପରଜିଆଣ୍ଟସ), ଲୁଙ୍ଗି ଏନଗିଡି
(ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର), କାଗିସୋ ରାବାଡା (ଗୁଜରାଟ ଟାଇଟାନ୍ସ) ଏବଂ ଟ୍ରିଷ୍ଟାନ ଷ୍ଟବସ (ଦିଲ୍ଲୀ କ୍ୟାପିଟାଲ୍ସ)ଙ୍କୁ ଡବ୍ଲୁଟିସି ଫାଇନାଲ ଦଳରେ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରୁ କେବଳ ସନରାଇଜର୍ସ ହାଇଦ୍ରାବାଦ ବର୍ତ୍ତମାନ ପ୍ଲେଅଫ୍ ଦୌଡ଼ରୁ ବାହାର ହୋଇଛି ।