ଅନୁଗୁଳ, : ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଦୁଇ ଦୁଇଟି ପୃଥକ ବିଭତ୍ସ ହତ୍ୟାକାଣ୍ଡ ସୁଭଦ୍ରା ଓ ବିଶ୍ୱଜିତର ହତ୍ୟାକାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ଦୁଇଟି ଘଟଣାରେ ଆସାମୀକୁ ଗିରଫ କରିବା ଅନୁଗୁଳ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ପୋଲିସ ସୁଭଦ୍ରା ହତ୍ୟାକାରୀକୁ ତିନୋଟି ରାଜ୍ୟ ବୁଲି ଗିରଫ କରିବାରେ ସକ୍ଷମ ହୋଇଛି । ସୁଭଦ୍ରା ଓ ବିଶ୍ୱଜିତ ହତ୍ୟାକାଣ୍ଡରେ ସମ୍ପୃକ୍ତ ଆସାମୀଙ୍କୁ ଗିରଫ କରିବା ନେଇ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଅନୁଗୁଳ ଏସପି ରାହୁଲ ଜେନଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ସୁଭଦ୍ରା ହତ୍ୟାକାଣ୍ଡରେ ସମ୍ପୃକ୍ତ ଆସାମୀଙ୍କ ଚାର୍ଜସିଟ ୨୦ ଦିନ ମଧ୍ୟରେ ଦାଖଲ କରାଯିବା ସହ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରାଯିବ ବୋଲି ଏସପି ପ୍ରକାଶ କରିଥିଲେ । ଜିଲ୍ଲାର ଆଇନ ଶୃଙ୍ଖଳା ଉପରେ ବିଜେପି ପ୍ରତିନିଧି ମଣ୍ଡଳୀ ଏସପିଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ସଭାପତିଙ୍କ ସହ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଜିଲ୍ଲା ଉପ ସଭାପତି ନୃସିଂହ ବରାଳ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ବିଶ୍ୱଜିତ ମିଶ୍ର, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ରୋଜାଲିନ ଦାସ, ନମିତା ଦଳବେହେରା, ବରୁଣ କୁମାର ସାହୁ ପ୍ରମୁଖ ଏସପିଙ୍କୁ ଭେଟି ଆଲୋଚନା କରିଥିଲେ ।

Comments (0)
Add Comment