ହତ୍ୟା ନାଁ ଷଡ଼ଯନ୍ତ୍ର, ଶବକୁ ଖୋଯୁଛି ପୋଲିସ୍

ପାରାଦୀପ , :- ବିହାର ଶ୍ରମିକ ହତ୍ୟା ଘଟଣା। ସାଥି ଶ୍ରମିକର ମୁଣ୍ଡକୁ ତାଓ୍ବାରେ ପିଟି ହତ୍ୟା କରିଥିଲା ଅଭିଯୁକ୍ତ। ଦୋଛକି ନିକଟ ବିଏସ୍ ହେବି ଇଣ୍ଡଷ୍ଟ୍ରିସ୍ କମ୍ପାନୀ ପଛ ପଟେ ଜେସିବି ଲଗାଇ ମୃତ ଦେହକୁ ଖୋଜୁଛି ବିହାର ଓ ପାରାଦ୍ଵୀପ ପୋଲିସ।ଗତ ଫେବୃଆରୀ ମାସରେ ବିହାର ର ଗୋରଖ କୁମାର ପାରାଦୀପ ଦୋଛକି ନିକଟରେ ଥିବା ବି.ଏସ୍.ହେବି ଇଣ୍ଡଷ୍ଟ୍ରି କମ୍ପାନୀ ରେ କାର୍ଯ୍ୟ କରୁଥିବା ବେଳେ ସେ ତାର ସାଥି ଶ୍ରମିକ ଅଜୟ କୁମାର ଙ୍କ ସହ କମ୍ପାନୀ ପରିସରରେ ଥିବା ମେସ୍ ରେ ରହୁଥିଲେ। ତେବେ କମ୍ପାନୀ ରେ ରହିବା ର କିଛିଦିନ ପରେ ଗୋରଖଙ୍କ ସହ ପରିବାରର କୌଣସି ଯୋଗାଯୋଗ ନହେବାରୁ ତାକୁ ଖୋଜିବା ପାଇଁ ତାର ପରିବାର ପାରାଦୀପ ରେ ପହଞ୍ଚି ଯାଣିବାକୁ ପାଇଥିଲେ ଗୋରଖ କୁମାର ନିଖୋଜ ଥିବା ସହ ସାଙ୍ଗରେ ରହୁଥିବା ଅଜୟ ଫେରାର ଥିଲା। ଏନେଇ ଉଭୟ ବିହାର ଓ ପାରାଦୀପ ଲକଥାନା ରେ ପରିବାର ଲୋକେ ଅଭିଯୋଗ କରିଥିଲେ। ବିହାର ପୋଲିସ ଫେରାର ଥିବା ଅଜୟ କୁମାର କୁ ଗିରଫ କରି ରିମାଣ୍ଡରେ ପାରାଦୀପ ଆଣି ପଚରାଉଚରା କରିବା ପରେ ଗୋରଖ କୁ ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ଅଭିଯୁକ୍ତ ସ୍ବିକାର କରିଥିଲା। କମ୍ପାନୀ ମେସ୍ ରେ କୌଣସି କାରଣ ରୁ ଉଭୟଙ୍କ ମଧ୍ୟରେ ବଚସାକୁ ନେଇ ଲୁହା ତାଓ୍ବାରେ ଗୋରଖ ଙ୍କ ମୁଣ୍ଡକୁ ପିଟି ହତ୍ୟା କରିବା ସହ କମ୍ପାନୀ ପଛପଟ ସନ୍ତସନ୍ତିଆ ବଣ ଭିତରେ ଫିଙ୍ଗି ଦେଇଥିଲା। ତିନି ମାସ ପରେ ଖୋଜିବା ପାଇଁ ଜେସିବି ସାହାଯ୍ୟ ରେ ଖୋଜା ଚାଲିଛି ମୃତଦେହକୁ। ଘଠଣା ସ୍ଥଳରେ କୁଜଙ୍ଗ ଅତିରିକ୍ତ ତହସିଲଦାର ଙ୍କ ଉପସ୍ଥିତିରେ ବିହାର ପୋଲିସ , ପାରାଦିପ ଲକ୍ ପୋଲିସ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ଉପସ୍ଥିତିରେ ଖୋଜା ଚାଲିଛି ଗୋରଖ ର ମୃତ ଦେହ।
Comments (0)
Add Comment