ମୁନିଗୁଡା,: ଚଳିତ ୨୦୨୫ ମସିହା ବର୍ଷ ଆରମ୍ଭରୁ ପ୍ରଚଣ୍ଡ ଗ୍ରୀଷ୍ମର ସଂକେତ ନେଇ ଆସି ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ତାତି
ଅସ୍ତବ୍ୟସ୍ତ କରୁଛି ଲୋକେ ପ୍ରବଳ ରୁଦ୍ରତ୍ତାପରୁ ତ୍ରାହି ଖୋଜୁଥିବା ବେଳେ ଜଙ୍ଗଲ ନିଆଁ ଲାଗି ଆଉ ପରିବେଶକୁ ଉତ୍ତପ୍ତ କରୁଛି ଯାହାକି ଲୋକଙ୍କୁ ଅସହ୍ୟ କରି ଦେଉଛି, ରାୟଗଡା ଜିଲ୍ଲା ଏକ ବଣ ପାହାଡ଼ ପ୍ରକୃତିରେ ଘେରା ଜିଲ୍ଲା ଏହି ଜିଲ୍ଲାରେ ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ଜିଲ୍ଲାରେ ଜଙ୍ଗଲ ବିଭାଗ ଚେଇଁ ଶୋଇଥିବା ଅନୁଭୁବ ହେଉଛି । ଜଙ୍ଗଲ
ବିଭାଗ ଦ୍ୱାରା ଆୟୋଜିତ ନିଆଁ ନିବାରଣ ସଚେତନ କାର୍ଯ୍ୟକ୍ରମ ଏକ ରକମର ପ୍ରହସନ କହିଲେ ଅତ୍ୟୁକ୍ତି ହେବନାହିଁ । ସାରା ରାୟଗଡା ବନଖଣ୍ଡରେ ନିର୍ଦ୍ଧାରିତ ଦିନ ଅନୁଯାଇ ନିଆଁ ନିବାରଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବ୍ୟାନ ଗୁଡିକରେ କାର୍ଯ୍ୟକ୍ରମର ତାରିଖ ଉଲ୍ଲେଖ ଥିବା ବେଳେ କିନ୍ତୁ ଉକ୍ତ ବନଖଣ୍ଡ ଅନ୍ତର୍ଗତ ମୁନିଗୁଡା ବନାଞ୍ଚଳର ଅମ୍ବାଦଳା ଫରେଷ୍ଟ ସେକ୍ସନରେ ସଚେତନ କାର୍ଯ୍ୟକ୍ରମର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ଯେଉଁଥିରେ ବ୍ୟାନରେ ତାରିଖ ମଧ୍ୟ ଉଲ୍ଲେଖ ନଥିଲା । ଅମ୍ବାଦଳା ସେକ୍ସନ ଅଞ୍ଚଳରେ ଥିବା ଜଙ୍ଗଲ ଗୁଡିକରେ ମହୁଲ ଗୋଟାଇବା ପାଇଁ, ପଡୁଚାଷ ଓ ଜନ୍ତୁ ଶିକାର ପାଇଁ ଠିକ ଶିବରାତ୍ରି ପର୍ବ ପରେ ମାଫିଆ ଜଙ୍ଗଲରେ ନିଆଁ ଜାଳିବା ପାଇଁ ସଜବାଜ ଓ ପ୍ରସ୍ତୁତ ହୋଇଯାନ୍ତି । ଅଞ୍ଚଳରେ ପ୍ରାୟ ସନ୍ଧ୍ୟା ସମୟରେ ଜଙ୍ଗଲରେ ନିଆଁ ଲାଗିବା ଦୃଶ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ବର୍ତ୍ତମାନ ଦିନବେଳା ମଧ୍ୟ ନିଆଁ ଲାଗି ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଥିବା ପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି । ଡ଼ିମିରିଗୁଡା ପଞ୍ଚାୟତ ଶିରିଝୋଳି ଗ୍ରାମ ଜଙ୍ଗଲରେ ଗତ ୧୯ ତାରିଖ ଦିନରେ ନିଆଁ ଲାଗି ଜଙ୍ଗଲ ଜଳୁଥିବା ବେଳେ କିନ୍ତୁ ନିରାକରଣ ପାଇଁ
ବିଭୀଗୀୟ ତତ୍ପରତା ଦେଖିବାକୁ ମିଳିଲା ନାହିଁ । ଜଙ୍ଗଲ ଜଳୁଛି ବିଭାଗ ସୋଇଛି ନିଆଁ ନିବାରଣ ପାଇଁ ଅର୍ଥ ଯାଉଛି କୁଆଡେ ଏହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି । ଅମ୍ବାଦଳା ସେକ୍ସନ ଆଖପାଖ ଅଞ୍ଚଳରେ ନିଆଁ ନିରାକରଣ ପାଇଁ ସେହିପରି ଦୃଢ଼ ପଦକ୍ଷେପ ଜଙ୍ଗଲ ବିଭାଗ ନେଉଥିବା ଦେଖିବାକୁ ମିଳୁନାହି କିମ୍ବା ପେଟ୍ରୋଲିଙ୍ଗର ବ୍ୟବସ୍ଥା ମଧ୍ୟ କଡାକଡି ଭାବେ କରା ଯାଉ ନଥିବା ଅଞ୍ଚଳ ବାସି ଅଭିଯୋଗ କରିଛନ୍ତି । ଆଗକୁ ଗ୍ରୀଷ୍ମର ପ୍ରଚଣ୍ଡ ପ୍ରକୋପ ସହ ଜଙ୍ଗଲ ନିଆଁର ତାତିରୁ କିପରି ଅଞ୍ଚଳ ବାସି ତ୍ରାହି ପାଇବେ ଏହା ଚିନ୍ତାର ବିଷୟ ହୋଇଛି । ପ୍ରକାଶ ଥାଉ କି ଗତ ମାର୍ଚ୍ଚ ୧୦ ତାରିଖରେ ମଧ୍ୟ ଉକ୍ତ ଡ଼ିମିରିଗୁଡା ପଞ୍ଚାୟତର ବାଟଙ୍ଗପଦର ଜଙ୍ଗଲରେ ନିଆଁ ଲାଗିଥିବା ଘଟଣା ମୁନିଗୁଡା ବନାଞ୍ଚଳ ଅଧିକାରୀ ଅନିଲ କୁମାର ବଳଙ୍କୁ ଅବଗତ କରାଇବାରୁ ସାରା ଜିଲ୍ଲାରେ ନିଆଁ ଲାଗୁଛି ନିଆଁ ନିୟନ୍ତ୍ରଣ କରିବାର କାହାର କ୍ଷମତା ନାହିଁ ଜନମାନସ ସଚେତନ ହେଲେ ହେଁ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିବ ନାହିଁ ବୋଲି ଶ୍ରୀ ବଳ ପ୍ରକାଶ କରିଥିଲେ ଯାହାକି ଜଙ୍ଗଲ ବିଭାଗର ଦୁର୍ବଳତାକୁ ପ୍ରକାଶ କରୁଛି । ନିଆଁ ନିୟନ୍ତ୍ରଣ ପାଇଁ ଜଙ୍ଗଲ ବିଭାଗ କୋଟି କୋଟି ଟଙ୍କା ବ୍ୟୟ କରି ଜଙ୍ଗଲ ବିଭାଗକୁ ଦାୟିତ୍ୱ ଦେବା ସହ ଜଙ୍ଗଲ ସୁରକ୍ଷା କରିବାର ଡିମଡ଼ିମା ପିଟୁଥିବା ବେଳେ କିନ୍ତୁ ଅଧିକାରୀଙ୍କ ଏହି ମନ୍ତବ୍ୟ ଯେ ବିଭାଗୀୟ ଦୁର୍ବଳତାକୁ ପଦାରେ ପକେଇ ଦେଇଛି, ଓ ଏହିପରି ବିଭାଗୀୟ ଦୁର୍ବଳତା ଯୋଗୁଁ ଆଜି ମାଫିଆଙ୍କ ମନବଳ ଦୃଢ଼ ହେଉଛି ରାତ୍ରୀ ସମୟର ଅପରାଧକୁ ଦିନରେ ଭିଆଉଛନ୍ତି ଏବଂ ଜଙ୍ଗଲରେ ନିର୍ଭୟରେ ନିଆଁ ଲଗାଇବା ପାଇଁ ପଛାଉ ନାହାନ୍ତି । ପରିତାପର ବିଷୟ ଆଜି ଜଙ୍ଗଲର ନିଆଁ ନିୟନ୍ତ୍ରିତ ନହେବା ପଛରେ ସଚେତନତାର ଅଭାବ ଯାହାକୁ ଜଙ୍ଗଲ ବିଭାଗ ଲକ୍ଷାଧିକ ଟଙ୍କାର ଅର୍ଥ ଖର୍ଚ୍ଚ ପରେ ସୁଦ୍ଧା ସୁଫଳ ମିଳୁନାହିଁ । ଏହା ପାଇଁ ଜଙ୍ଗଲ ବିଭାଗର ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ ତତ୍ପରତା ଦେଖାଇ ଜଙ୍ଗଲ ବଞ୍ଚାଇବା ସହ ଜନମାନସ ପାଇଁ ଦୃଢ଼
ପଦକ୍ଷେପ ନେବା ସହ ପରିବେଶ ବାତାବରଣ ଉପରେ ଗୁରୁତ୍ୱ ଦେଇ ଅବହେଳା କାରି ଅଧିକାରୀ, କର୍ମଚାରୀଙ୍କ ସହ ଅପରାଧୀ ମାଫିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ ଅଛି ବୋଲି ଅଞ୍ଚଳର ଜଙ୍ଗଲ ପରିବେଶ ସୁରକ୍ଷା କର୍ମୀ ଓ ସମାଜସେବି ପ୍ରଶାସନକୁ ଅନୁରୋଧ କରିଛନ୍ତି ।