ବ୍ରାଉନସୁଗାର୍ ଡିଲ୍ ବେଳେ ମାଡ଼ି ବସିଲା ପୋଲିସ

ପାରାଦ୍‌ୀପ: ବିପୁଳ ପରିମାଣ ବ୍ରାଉନ ସୁଗାର ଜବତ କରିବା ସହ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପାରାଦୀପ ଅଭୟଚାନ୍ଦ୍‌ପୁର ପୋଲିସ୍ । କୌଣସି ବିଶେଷ ସୂତ୍ରରୁ ଖବରପାଇ ଅଭୟଚାନ୍ଦପୁର ଥାନା ପୋଲିସ୍ ଢିଙ୍କିଆ ମାହଳ ଗାଁରେ ବ୍ରାଉନସୁଗାର କାରବାର ଚାଲିଥିବା ଖବର ପାଇ ଅଚାନକ ଚଢାଉ କରିଥିଲା ଅଭୟଚାନ୍ଦ ପୁର ପୋଲିସ୍ । ସୂଚନା ମୁତାବକ ଢିଙ୍କିଆ ଗାଁର ପ୍ରତାପ ମଲ୍ଲିକ ଅନେକ ଦିନ ଧରି ବ୍ରାଉନସୁଗାର କାରବାର କରୁଥିବା ନେ଼ଇ ପୋଲିସ୍ ଜାଣିବାକୁ ପାଇଥିଲା । ଅନେକ ଦିନ ଧରି ପୋଲିସ୍ ନଜର ରଖିଥିବା ବେଳେ ପ୍ରତାପ ଗତକାଲି ରାତିରେ ବ୍ରାଉନ ସୁଗାରର ଏକ ବଡ ଡ଼ିଲ ହେବାର ଖବର ପାଇ ଅଚାନକ ରେଡ୍ କରି ତା ଠାରୁ ୬.୦ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ପ୍ରତାପକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅଭୟଚାନ୍ଦପୁର ଥାନା ପୋଲିସ୍ । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି ଅଭୟଚାନ୍ଦ ପୁର ଥାନାର ଅଧିକାରୀ ସମିର କୁମାର ରାଉତ ।

Comments (0)
Add Comment