କୋରାପୁଟ,: କୋରାପୁଟ ଜିଲ୍ଲା ସୁନାବେଡା ଜାତୀୟ ରାଜପଥ ଟିମ୍ବର ନିକଟସ୍ଥ କୋଲାବ ନଦୀକୁ ଡେଇଁ ଯୁବକ ନିଖୋଜ । ଘଟଣା ସ୍ଥଳରେ ସେମିଲିଗୁଡା ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି କରୁଛି । ଯୁବକଙ୍କ ନାଁ ମଦନ ଯାନୀ
ତାଙ୍କ ଘର କୋରାପୁଟ ଯାନିଗୁଡା ବୋଲି ଜଣାପଡ଼ିଛି । କେଉଁ କାରଣ ଯୋଗୁ ଯୁବକ ଜଣକ ନଦୀକୁ ଡେଇଁଲେ କାରଣ ଏବେ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ ପାରିବାରିକ କଳହରୁ ଏମିତି ଘଟିଛି । ମଦନ ଯାନୀ ସୁନାବେଡା ହାଲରେ
ସିକୁରିଟି ଭାବେ କାର୍ଯ୍ୟ କରୁଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଆଜି ମଦନଙ୍କ ବାପା ବୋହୂ ଓ ପୁଅକୁ ବୁଝାସୁଝା କରିବା ପାଇଁ ଶଶୁର ଘର ଚିକାପାର ଆସିଥିଲେ । ସେଠାରେ ପୁଅ ବୋହୂକୁ ବୁଝାସୁଝା କରି ନିଜ ଘର କୋରାପୁଟକୁ ବାପା ପୁଅ ଆଗ ପଛ ହେଇ ଫେରୁଥିବା ସମୟରେ ସୁନାବେଡା ଜାତୀୟ ରାଜପଥ ଟିମ୍ବର ନିକଟସ୍ଥ ବ୍ରିଜ
ନିକଟରେ ପୁଅ ମଦନ ଗାଡି ରଖି ବାପା ଆଗରେ ନଦୀକୁ ଡେଇଁ ପଡିଥିଲା । ନଦୀକୁ ଡେ ନାହିଁ ବୋଲି ବାପା ବଡ଼ ପାଟିରେ ଚିତ୍କାର କରି ଡାକୁ ଥିଲେ ମଧ୍ୟ ମଦନ ବାପାଙ୍କ କଥା ନ ଶୁଣି ନଦୀକୁ ଡେଇଁ ପଡିଥିଲା । ଅଗ୍ନିଶମ ବିଭାଗ ଖୋଜା ଖୋଜି ଜାରି ରଖିଛି ।