ଦିନକରେ ସୁନା ଦର ଆକାଶଛୁଆ

0 152

ନୂଆଦିଲ୍ଲୀ,: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ଆକାଶଛୁଆଁ ହୋଇଛି । ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯୋଗୁ ସୁନା ମୂଲ୍ୟ ବୃଦ୍ଧି ପାଉଛି । ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ସୁନାର ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ । ଏହାର ଅର୍ଥ ହେଉଛି ଯେ ଖବ୍‌ଶୀଘ୍ର ଦିଲ୍ଲୀରେ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କାରେ ପହଞ୍ଚିପାରେ । ଅପରପକ୍ଷେ ଦେଶର ଫ୍ୟୁଚର୍ସ ବଜାରରେ ମଧ୍ୟ ସୁନା ମୂଲ୍ୟରେ ବୃଦ୍ଧି ଦେଖାଯାଉଛି । ଏପ୍ରିଲ ୭ ତାରିଖ ପରଠାରୁ ଫ୍ୟୁଚର୍ସ ବଜାରରେ ସୁନା ମୂଲ୍ୟ ୬,୮୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ଜାଣନ୍ତୁ ଦେଶର ରାଜଧାନୀ ଦିଲ୍ଲୀରେ ସୁନାର ମୂଲ୍ୟ କେତେ । ସ୍ଥାନୀୟ ଅଳଙ୍କାର ବ୍ୟବସାୟୀ ଏବଂ ଖୁଚୁରା ବ୍ୟବସାୟୀଙ୍କ ପ୍ରବଳ ଚାହିଦା ଯୋଗୁ ଶୁକ୍ରବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀର ସୁନା ବଜାରରେ ସୁନା ମୂଲ୍ୟ ୬,୨୫୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ୯୬,୪୫୦ ଟଙ୍କାରେ ପହଞ୍ଚିଛି । ଅଲ ଇଣ୍ଡିଆ ବୁଲାନ ଆସୋସିଏସନ ଏହି ସୂଚନା ଦେଇଛି । ବିଶ୍ଳେଷକମାନେ କହିଛନ୍ତି ଯେ ଆମେରିକା-ଚାଇନା ବାଣିଜ୍ୟ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏକ ଦୃଢ଼ ସୁରକ୍ଷିତ ନିବେଶ ବିକଳ୍ପ ଭାବରେ ସୁନାର ଚାହିଦା ବୃଦ୍ଧି ପାଇବା ହେତୁ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । ବୁଧବାର ୯୯.୯ ପ୍ରତିଶତ ଶୁଦ୍ଧ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୯୦,୨୦୦ ଟଙ୍କାରେ ବନ୍ଦ ହୋଇଥିଲା । ଚାରି ଦିନର ତୀବ୍ର ହ୍ରାସ ପରେ ୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନାର ମୂଲ୍ୟ ୬,୨୫୦ ଟଙ୍କା ବୃଦ୍ଧି ପାଇଛି ଏବଂ ପ୍ରତି ୧୦ ଗ୍ରାମ ୯୬,୦୦୦ ଟଙ୍କାର ସର୍ବକାଳୀନ ସର୍ବୋଚ୍ଚ ସ୍ତର ମଧ୍ୟ ଅତିକ୍ରମ କରିଛି । ଗତକାଲି ଏହା ପ୍ରତି ୧୦ ଗ୍ରାମ ୮୯,୭୫୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିଭଳି ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମରେ ୨,୩୦୦ ଟଙ୍କା ବୃଦ୍ଧି ପାଇ ୯୫,୫୦୦ ଟଙ୍କାରେ ପହଞ୍ଚିଛି । ଗତ ବ୍ୟବସାୟ ଅଧିବେଶନରେ ରୂପା କିଲୋଗ୍ରାମ ପିଛା ୯୩,୨୦୦ ଟଙ୍କାରେ ବନ୍ଦ ହୋଇଥିଲା ।

Leave A Reply

Your email address will not be published.